ବର୍ଷାରେ ଭାଙ୍ଗିଲା ଘରଦ୍ୱାର- ବିଭାଗୀୟ ଅଧିକାରୀଙ୍କ ପରିଦର୍ଶନ

ତାଳପଦର : ବରଗଡ଼ ଜିଲ୍ଲା ବିଜେପୁର ଅର୍ନ୍ତଗତ ତାଳପଦର ଗ୍ରା.ପ. ର କନପୁରୀ, ଖ.ନୂଆଁପାଲି ଏବଂ ତାଳପଦର ଗ୍ରାମରେ ଲଘୁଚାପ ଜନିତ ବର୍ଷା ଫଳରେ ପ୍ରାୟ ଶତାଧିକ ଘର ଭାଙ୍ଗିଯାଇଥିବା ଦ୍ୱାରା ଲୋକେ ବାସହରା ହୋଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତ। ଗ୍ରାମର ତିଲୋତମା ସାହୁ, ଚୂଡ଼ାମଣି ସାହୁ, ପ୍ରସାଦ ଚନ୍ଦ୍ର ସେଠ୍‍, ପ୍ରାଣବନ୍ଧୁ ସାହୁ, ଅଭିମନ୍ୟୁ ସାହୁ, ଗୁଣନିଧି ରଣା, ତେଜରାଜ ସାହୁ ପ୍ରମୁଖଙ୍କ ଶତାଧିକ ଲୋକ ଙ୍କ ଘର ଭାଙ୍ଗି ଯାଇଥିବା ବେଲେ ତହସିଲଦାର ଶ୍ରୀଯୁକ୍ତ କୁଳମଣି ରଣବିଡ଼ା, ରାଜସ୍ୱ ନୀରୀକ୍ଷକ ଶ୍ରୀଯୁକ୍ତ ସୁବୋଦ ଚୌହାନ ସ୍ଥାନ ପରଦର୍ଶନ କରିଥିଲେ।

Comments are closed.