ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ବରଗଡ଼ : ରବିଧାନ ବିକ୍ରୀ କରିନପାରି ବରଗଡ଼ରେ ଚାଷୀ ଆନ୍ଦୋଳନ ଦିନକୁ ଦିନ ବାଢିବାରେ ଲାଗିଛି । ଗତକାଲି ଚାଷୀମାନେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାନବସ୍ତା ରଖି ଧାରଣା ଦେଇଥିଲେ । ଆଜି ପୁଣି ଜିଲାର ଅତାବିରା ଠାରେ ଚାଷୀମାନେ ଧାନବସ୍ତା ରଖି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଚାଷୀ ମାନଙ୍କ ଦ୍ୱାରା ହୋଇଥିବା ଏହି ଅବରୋଧ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଧାନସଂଗ୍ରହର ଅବଧି ଆଜି ସାରିଯାଉଥିବା ବେଳେ ଏବେବି ଜିଲାର ବିଭିନ୍ନ ସ୍ଥାନରେ ଚାଷୀଙ୍କ ବହୁ ଧାନ ବିକ୍ରୀ ହୋଇନପାରି ରହିଯାଇଛି । ଚାଷୀ ମାନଙ୍କ ସହ ପୂର୍ଵତନ ବିଧାୟକ ନିହାର ମହାନନ୍ଦ ପ୍ରତିବାଦରେ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ।

Comments are closed.