ନାବାଳିକାକୁ ଦୁଷ୍କର୍ମ: ଜେଲ୍‌ ଗଲେ କ୍ରସର ମାଲିକ ଓ ସହଯୋଗୀ

ପାଇକମାଲ : ବରଗଡ଼ ଜିଲା ପାଇକମାଲ ଚୁହାପାଲିସ୍ଥିତ କ୍ରସର ପରିସରରେ ଜନୈକ ତଫସିଲଭୁକ୍ତ ଜନଜାତି ନାବାଳିକାକୁ କ୍ରସର ମାଲିକ ଦୁଷ୍କର୍ମ କରିଥିବାର ପାଇକମାଲ ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକର ବାପାଙ୍କ ଅଭିଯୋଗ କ୍ରମେ ପାଇକମାଲ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ କ୍ରସର ମାଲିକ ପାଇକମାଳର ନନ୍ଦକିଶୋର ଶ୍ରୀବାସ୍ତବ (୫୦)ଙ୍କର ପଦ୍ମପୁରରେ ଡାକ୍ତର ମାଇନା କରି ବୁଧବାର ବରଗଡ଼ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଝାରବନ୍ଧ ଥାନା ଗୋଠଗୁଡ଼ା ଗ୍ରାମର ବାଙ୍କନିଧି ପ୍ରଧାନ(୬୧)ଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ବରଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ବରଗଡ଼ ପସ୍କୋ ସ୍ବତନ୍ତ୍ର ଅଦାଲତରେ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଛି। ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି।

Comments are closed.