ଠିକାଚାଷ ପାଇଁ ଆଇନ ଆସିଲେ ଚାଷୀ ଓ ଖାଉଟି ଉଭୟଙ୍କ ପାଇଁ ବିପଦ ହେବ: ଜୟ କିସାନ ଆନ୍ଦୋଳନ

ବରଗଡ଼: ଭାରତ ଏକ କୃଷି ପ୍ରଧାନ ଦେଶ, ଏଠାକାର ଅଶି ପ୍ରତିଶତ ଲୋକଙ୍କ ଆର୍ଥିକ ପରିସ୍ଥିତି ଚାଷ ଉପରେ ନିର୍ଭର କରିଥାଏ। ଏଣୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କ ପରି ଚାଷୀ ଓ ଚାଷର ବିକାଶ ପାଇଁ ସରକାର ପ୍ରତିଶୃତି ବଦ୍ଧ। ମାତ୍ର କୃଷକ ମାନଙ୍କୁ ସାହାଯ୍ୟ କରିବା ନାମରେ ଭାରତ ସରକାର ଯେଉଁ ନୂତନ ଆଇନ କରିବାକୁ ଯାଉଛନ୍ତି ଯାହାକି କିଛିଦିନ ପୂର୍ବରୁ ଲୋକସଭାରେ ପାସ ହୋଇ ସାଣିଲାଣି ଏବଂ ରାଜ୍ୟସଭାରେ ପାରିତ ହେବା ବାକି ରହିଛି ତାହା ଏକ କୃଷି ବିରୋଧି ଆଇନ ବୋଲି କୃଷକ ସଂଗଠନ ମାନଙ୍କ ତରଫରୁ ବିରୋଧ ହେଇଛି। ଏହି ଅଧ୍ୟାଦେଶକୁ ଯଦି ପାସ କରି ଆଇନରେ ପରିଣତ କରାଯାଏ ତାହେଲେ ତାହା ସମଗ୍ର କୃଷକ ସମାଜ ପାଇଁ ଏକ ବଡ଼ ବିପଦ ହେବା ସହିତ ଏଥିରେ ବିଭିନ୍ନ ବିଦେଶୀ ଏବଂ ବଡ଼ ବଡ଼ କମ୍ପାନୀ ମାନେ କେବଳ ଲାଭବାନ ହେବେ ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଅପର ପକ୍ଷରେ କେନ୍ଦ୍ର ସରକାର ଗୋଟିଏ ଦେଶ,ଗୋଟିଏ ମଣ୍ଡି ଭାବରେ ଏହାକୁ ଲାଗୁ କରିବା ପାଇଁ ପୁରା ତତ୍ପତ ରହୁଛନ୍ତି।କେନ୍ଦ୍ର ସରକାର ଆଣିବାକୁ ଥିବା ଏହି ଅଧ୍ୟାଦେଶରେ ତିନୋଟି ଅଧ୍ୟାଦେଶ ରହିଛି। ପ୍ରଥମଟି ହେଲା କୃଷିଜାତ ଦ୍ରବ୍ୟର ବିପଣନ ଆଇନ,୧୯୫୫ରେ ସଂଶୋଧନ ଆଣି ସମଗ୍ର ଦେଶରୁ ମଣ୍ଡି ବ୍ୟବସ୍ଥାକୁ ହଟାଇ ଦେବା ଏବଂ ସାରା ଦେଶକୁ ଗୋଟିଏ ବଜାର ବୋଲି ଘୋଷଣା କରି କୃଷିଜାତ ଦ୍ରବ୍ୟର ବିକ୍ରିବଟାରେ ଘରୋଇ କମ୍ପାନୀ ମାନଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରିବା। ଦ୍ୱତୀୟଟି ହେଉଛି ଚାଷକାମ ପାଇଁ ବିଭିନ୍ନ ସେବା ପ୍ରଦାନ ବଦଳରେ ଉତ୍ପାଦିତ ଦ୍ରବ୍ୟର କ୍ରୟ ସର୍ତ୍ତ ସହ ଚାଷିମାନେ ବିଭିନ୍ନ ଘରୋଇ ସଂସ୍ଥା ବା କମ୍ପାନୀ ମାନଙ୍କ ସହ ମିଶି ଚୁକ୍ତିଭିତ୍ତିକ ଭାବେ ଚାଷ କରିବେ(ଠିକାଚାଷ)। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ,୧୯୫୫ରେ ସଂଶୋଧନ ଆଣି ଦରଦାମ ନିୟନ୍ତ୍ରଣ ତଥା କଲାବଜାରୀ ରୋକିବା ପାଇଁ ଉଦ୍ଦିଷ୍ଟ ଧାନ,ଗହମ,ଆଳୁ,ପିଆଜ,ଡ଼ାଲି ଓ ତୈଳବୀଜ ଆଦିକୁ ମହଜୁତ ରଖିବା ପାଇଁ କଟକଣା ମୁକ୍ତ କରାଯିବ ବା ଏସବୁ ଦ୍ରବ୍ୟ ଆଉ ଅତ୍ୟାବଶ୍ୟକ ସାମଗୀ ଭାବରେ ଗଣନା ହେବ ନାହିଁ। ଏହି ବ୍ୟବସ୍ଥାକୁ ଯଦି ଆଇନରେ ପରିଣତ କରାଯାଏ ତାହେଲେ ଚାଷିମାନେ ବିଭିନ୍ନ ସଂସ୍ଥା ବା କମ୍ପାନୀ ମାନଙ୍କ ସହ ଚୁକ୍ତି ହୋଇ ଉକ୍ତ ସଂସ୍ଥା ଯାହା କହିବ ତାହା ଚାଷ କରିବେ। ଏଥିପାଇଁ ଇକ୍ତ ସଂସ୍ଥା ସମସ୍ତ ପ୍ରକାର ସହଯୋଗ କରିବ ଏବଂ ଉତ୍ପାଦିତ ଦ୍ରବ୍ୟ ମଧ୍ୟ କିଣିବ। ଆଇ ଏମିତି ଯଦି ହୁଏ ତାହେଲେ ଚାଷି ମାନଙ୍କୁ ଏବେ ମିଲୁଥିବା ସର୍ବନିମ୍ନ ସହୟକ ମୂଲ୍ୟ ବିମ୍ବା ବିଭିନ୍ନ ପ୍ରକୃତିକ ର୍ଦୁବିପାକ ସମୟରେ ସରକାରୀ ସହାୟତା ତାହା ଆଉ ମିଲିବ କି ନା ସନ୍ଦେହ। ଏବଂ ମୋଟାମୋଟି ଭାବରେ କହିବାକୁ ଗଲେ କୃଷିକ୍ଷେତ୍ରରେ ସରକାରଙ୍କ ଥିବା ସବୁ ଦାୟୀତ୍ୱରୁ ସେ ନିଜକୁ ଦୂରେଇ ରଖିବାର ଏହା ଏକ ପ୍ରୟାସ ବୋଲି ବିଶିଷ୍ଟ କୃଷକ ସଂଗଠନ ଜୟ କିଶାନ ଆନ୍ଦୋଳନ ତରଫରୁ କୁହାଯାଇ ଏହି ଅଧ୍ୟାଦେଶକୁ ତୀବ୍ର ବିରୋଧ କରାଯାଇଛି। ଏଣୁ ଏହାକୁ ନେଇ କେତେଜଣ ଚାଷିଙ୍କ ଆମେ ମତାମତ ନେଇଛୁ।

ମତାମତ-

୧- ଏହି ଆଇନ୍‍ ଯଦି କାର୍ଯ୍ୟକାରୀ ହୁଏ ତାହେଲେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟର ଉଚ୍ଚିତ ମୂଲଁ ଆଉ ପାଇ ପାରିବ ପାହିଁ। ଏପରିକି ତାର ଉତ୍ପାଦିତ ଫସଳ ଅବିକ୍ରୀ ହୋଇ ରହିଯିବ। ଏଣୁ ଏପରି ଆଇନ ଆସିବା ସମଗ୍ର ଚାଷୀ ସମାଜ ପାଇଁ ଏକ ଅଭିଶାପ। ଚାଷୀମାନେ ଏହାକୁ ଗ୍ରହଣ ନକରି ସାରା ଦେଶରେ ପ୍ରତିବାଦ କରିବା ଜରୁରୀ।
ସୁଶୀଲ କୁମାର ସାହୁ-ସଭାପତି ଜୟ କିଶାନ ଆନ୍ଦୋଳନ,ବରଗଡ଼ ଶାଖା

୨-ଏକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଟ ସରକାର ଠାରୁ ସମସ୍ତଙ୍କ ଅନେକ ଆଶା ଥାଏ। ମାତ୍ର ଆସିବାକୁ ଥିବା ଏହି ଆଇନ ଯଦି କାର୍ଯ୍ୟକାରୀ ହେବ ତାହେଲେ ଚାଷୀଙ୍କ ସବୁ ଆଶା ଧୂଲିସାଦ ହୋଇଯିବ। ଏତେବଡ଼ ଆଇନ ଆସିବା ଆଗରୁ ସରକାର କାହା ସହିତ ଆଲୋଚନା କିମ୍ବା କାହାର ମତାମତ ନେଇ ନାହାନ୍ତି। କାରଣ ସେମଧ୍ୟ ଠିକ ଜାଣିଛନ୍ତି ଯେ ଏହା ଏକ କମ୍ପାନୀ ପ୍ରିତୀ କାମଏବଂ ଚାଷୀ ବିରୋଧି ଅଟେ। ଏହା ବନ୍ଦ ହେବା ଦରକାର। ରମେଶ ମହାପାତ୍ର,କର୍ମୀ ଜୟକିଶାନ ଆନ୍ଦୋଳନ,ବରଗଡ଼

୩-ଗଣତାନ୍ତ୍ରିକ ରାଷ୍ଟ୍ରରେ ଚାଷୀ ମାନଙ୍କ ସମସ୍ତ ଦାୟୀତ୍ୱ ସରକାର ନେବାକଥା କିନ୍ତୁ ଏହି ନୂଆଁ ଆଇନ ଆଣି ସରକାର ନିଜ ଦୋଷ ଦୂର୍ବଳତା ଲୁଚାଇବା ସହ ଅପାରଗତାର ପରିଚୟ ଦେଉଛନ୍ତି। ଯଦି ଚାଷୀ ତାର ଦ୍ରବ୍ୟ ବିକ୍ରୀ କରି ପାରିଲା ନାହିଁ କିମ୍ବା ପ୍ରାକୃତିକ ବିପର୍ଯୟର ଶିକାର ହେଲେ ତାର କଷ୍ଟ ଶୁଣିବାକୁ କେହି ନଥିବେ। ଏଣୁ ଏହାକୁ ବନ୍ଦ କରାଯିବା ଉଚିତ୍‍। ହର ବଣିଆଁ,ସଂପାଦକ, ଜୟକିଶାନ ଆନ୍ଦୋଳନ ବରଗଡ଼

Comments are closed.