ଜୁନରେ ବାରବାଟୀରେ ଟି-ଟ୍ୱେଣ୍ଟି

କଟକ: କଟକ ବାରବାଟୀ ଷ୍ଟାଡିଅମରେ ଆସନ୍ତା ଜୁନ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା ହୋଇଛି।

ସୂଚନାଯୋଗ୍ୟ, ଚଳିତ ମାସ ୧୫ରେ ବାରବାଟୀରେ ପୂର୍ବ ନିର୍ଦ୍ଧାରିତ ଟି-ଟ୍ୱେଣ୍ଟି ମ୍ୟାଚ ବାତିଲ ହୋଇସାରିଛି।

Comments are closed.