ଅନିଶ୍ଚିତତା ଘେରରେ ବାରବାଟୀ ମ୍ୟାଚ୍

କଟକ : ଓଡ଼ିଶା କ୍ରୀଡ଼ା ଆସୋସିଏସନ୍(ଓସିଏ)ର ନୂତନ ସମ୍ପାଦକ ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଗୁରୁବାର ସାଧରଣ ପରିଷଦ ବୈଠକ ବସିଥିଲା । ଏହି ବୈଠକରେ ଭାରତ–ଓ୍ବେଷ୍ଟେଇଣ୍ଡିଜ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ଆଲୋଚନା ହୋଇଥିଲା। । ବାତ୍ୟା ଫନି କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ବାରବାଟୀ ଷ୍ଟାଡିୟମରେ ଭାରତ–ଓ୍ବେଷ୍ଟେଇଣ୍ଡିଜ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ  ଅନିଶ୍ଚିତତା  ଦେଖାଦେଇଛି।  ଦିନିକିଆ ସିରିଜର ତୃତୀୟ ମ୍ୟାଚ ଡିସେମ୍ବର ୨୨ରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଖେଳା ଯିବାର ଥିଲା ।

ସୂଚନା ଅନୁଯାୟୀ, ବତ୍ୟା ଫନି ଯୋଗୁ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇ ପଡ଼ି ରହିଛି । ବିସିସିଆଇର ଆର୍ଥିକ ସହାୟତା ମିଳିବାପରେ ଷ୍ଟାଡିୟମର ମରାମତି କାମ ଆରମ୍ଭ ହେବ। ଏନେଇ ବିସିସିଆଇ  କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି । ଷ୍ଟାଡ଼ିୟମର ପୂର୍ଣ୍ଣ ମରାମତିପରେ ମ୍ୟାଚ୍ ହୋଇପାରିବ ବୋଲି  ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

ଓ୍ଵେଷ୍ଟଇଣ୍ଡିଜ୍ ଗସ୍ତର କ୍ରୀଡାସୂଚୀ :

ଚଳିତ ବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ୟ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

 

Comments are closed.