ଓସିଏ ଅନୁବନ୍ଧିତ ସଂସ୍ଥା ଓ କ୍ଲବକୁ ଟିକଟ ବିକ୍ରି ଆରମ୍ଭ : ୧୯ରୁ କାଉଣ୍ଟରରେ ମିଳିବ ଟିକଟ

ବାରବାଟୀ ଦିନିକିଆ ପାଇଁ ଜୋଦାର ପ୍ରସ୍ତୁତି

କଟକ : କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁଥିବା ତୃତୀୟ ଆନ୍ତର୍ଜାତୀୟ ଦିବାରାତ୍ର କ୍ରିକେଟ ମ୍ୟାଚ୍‍ ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି।

ସୋମବାରଠାରୁ ଓଡ଼ିଶା କ୍ରିକେଟ୍‍ ଆସୋସିଏସନ ଅନୁବନ୍ଧିତ ସଂସ୍ଥା ଓ କ୍ଲବଗୁଡ଼ିକୁ ଓଡ଼ିଶା କ୍ରିକେଟ୍‍ ଆସୋସିଏସନଠାରେ ଟିକଟ ବିକ୍ରି ଆରମ୍ଭ ହୋଇଛି । ମଙ୍ଗଳବାର ମଧ୍ୟ ସଂସ୍ଥାଗୁଡ଼ିକୁ ଟିକଟ ବିକ୍ରି କରାଯିବ।ସେଠାରେ ମଧ୍ୟ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Samajalive.in

୧୯ ତାରିଖରୁ ବାରବାଟୀ ଷ୍ଟାଡିୟମରେ ଖୋଲା ଯାଇଥିବା ବିଭିନ୍ନ କାଉଣ୍ଟରରେ ଦର୍ଶକମାନଙ୍କ ପାଇଁ ଟିକଟ ବିକ୍ରି ଆରମ୍ଭ ହେବ। ଷ୍ଟାଡିୟମର ବିଭିନ୍ନ ଟିକଟ କାଉଣ୍ଟରରେ ବାରିକେଡ୍‍ ନିର୍ମାଣ ସରିଛି । ପୂର୍ବରୁ  ମ୍ୟାଚ୍‍ ପାଇଁ ଅନ୍‍ଲାଇନରେ ଟିକଟ ବିକ୍ରି ସରିଛି । ଏଥର ମ୍ୟାଚ୍‍ ପାଇଁ କାଉଣ୍ଟରରେ ୧୦ହଜାର ୫୦ଟି ଟିକଟ ରଖାଯାଇଛି । ଷ୍ଟାଡିୟମ୍ ଭିତରେ ଓ ବାହାରେ ମରାମତି କାର୍ଯ୍ୟ ସହ ସୌନ୍ଦର୍ଯ୍ୟକରଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Image Source : Odishatv

ଅନ୍ୟପକ୍ଷରେ ଦୁଇଦଳର ଖେଳାଳିଙ୍କ ସୁରକ୍ଷା ଭୁବନେଶ୍ୱର ଡିସିପିଙ୍କ ଉପରେ ନ୍ୟସ୍ତ କରାଯାଇଥିବାବେଳେ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱ କଟକ ଡିସିପିଙ୍କୁ ଦିଆଯାଇଛି । ୨୨ ତାରିଖ ମ୍ୟାଚ୍‍ ପାଇଁ ୬୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି କଟକ
ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ସେହିପରି ମ୍ୟାଚ୍‍ ଦିନ ୩୦୦ ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ। ପ୍ରତି ଗ୍ୟାଲେରୀରେ ଏଥର କମିଶନରେଟ୍‍ ପୁଲିସ ପକ୍ଷରୁ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ । ପ୍ରତ୍ୟେକ କେନ୍ଦ୍ରରେ ୨ଜଣ ପୁଲିସ ଅଧିକାରୀ ଉପସ୍ଥିତ ରହିବେ।

Comments are closed.