ବାର କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୬ ଅଟକ; କାର- ମାରଣାସ୍ତ୍ର ଜବତ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଥିବା ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଓ ବିଏମଡବ୍ଲ୍ୟୁ ଗାଡି  ଜବତ କରାଯାଇଥିବା ସୂଚନା ମିଳିଛି। ପ୍ରକାଶଥାଉକି ଗତ କାଲି ଏକ ବିଏମ ଡବ୍ଲ୍ୟୁ ଗାଡରେ ୪/୫ ଜଣ ଯୁବକ ସଂଧ୍ୟା ୬ଟାରେ ଆସି ସ୍ଥାନୀୟ ଗଡଖୋର୍ଦ୍ଧା ଛକଠାରେ ଥିବା ଏକ ବାରରେ ଗାଡି ରଖିବା ଓ ବିୟର ମାଗିବାକୁ କେନ୍ଦ୍ର କରି ବାରର କର୍ମଚାରୀ ତଥା ଖୋର୍ଦ୍ଧାସ୍ଥିତ  ଉପରସାହିର ଅମିୟ ବାରିକ ଓରଫ ଅଜୁ (୪୦) ଙ୍କ ସହିତ ବଚସା ହୋଇଥିଲା। ଏହା ପରେ ଗାଡିରୁ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଅଜୁକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଅଜୁ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ତେବେ ଏହି ଅଭିଯୁକ୍ତମାନେ ଗତକାଲି ଭୁବନେଶ୍ୱର ନୟାପଲୀ ଅଚଂଳରେ ଗାଡି ହର୍ଣ୍ଣ ବଜେଇବାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଛୁରୀ ମାରି ଖୋର୍ଦ୍ଧା ଅଭିମୁଖେ ଆସିଥିଲେ।  ତେବେ ଦୁବୁର୍ତମାନେ ଖୋର୍ଦ୍ଧାରେ ଯୁବକକୁ ହତ୍ୟା କରି ବ୍ରହ୍ମପୁର ଅଭିମୁଖେ ପଳାଇଥିଲେ। ତେବେ ପୁଲିସ ପକ୍ଷରୁ ଏହି ଘଟଣା ସଂର୍ପକରେ ବିଭିନ୍ନ ଥାନାକୁ ଜଣାଇଦିଆଯିବା ପରେ ଏହି ଦୁର୍ବୁତମାନଙ୍କୁ ରଣପୁରଠାରେ ଗିରଫ କରାଯାଇଥିଲା। ସେଠାରୁ ଏହି ଦୁର୍ବୁତମାନଙ୍କୁ ଖୋର୍ଦ୍ଧା ଅଣାଯାଇ ସ୍ଥାନୀୟ ତରତୁଆଠାରେ ଥିବା ପୁଲିସ କାର୍ଯ୍ୟାଳୟରେ ପଚରା ଉଚୁରା ଚାଲିଛି ବୋଲି ସୂଚନା ମିଳିଛି। କିନ୍ତୁ ଏ ସଂର୍ପକରେ ପୁଲିସ କୈାଣସି ସୂଚନା ଦେଉନାହିଁ। ସୂଚନା ଦେଇଦେଲେ ଅନ୍ୟ  ଅଭିଯୁକ୍ତଙ୍କୁ ଧରିବାରେ ଓ ତଦନ୍ତରେ ବ୍ୟାଘାତ ହେବ ବୋଲି ପୁଲିସ ସୂଚନା ଦେଇଛି। ତେବେ ଏହି ଅଭିଯୁକ୍ତମାନେ ବିଭିନ୍ନ ଅପରାଧରେ ସଂଶ୍ଲିଷ୍ଟ ଥିବା ସୂଚନା ମିଳିଛି। ଆସନ୍ତା କାଲି ଏ ସଂର୍ପକରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଦିଆଯିବ ବୋଲି ଏସପି ଅଜେୟ ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି।

Comments are closed.