ବାପୁଜୀନଗରରେ ଅସଜଡ଼ା ଟ୍ରାଫିକ୍‌

ଭୁବନେଶ୍ୱର: ବ୍ୟାବସାୟିକ ପ୍ରତିଷ୍ଠାନର ପେଣ୍ଠସ୍ଥଳି କୁହାଯାଉଥିବା ବାପୁଜୀନଗରରେ ପୁଣି ଦେଖାଦେଇଛି ଟ୍ରାଫିକ୍‌ ସମସ୍ୟା। ଦୁଇ ଚକିଆ ଯାନ ପାର୍କିଂ ଲାଗି ସ୍ଥାନ ଚିହ୍ନଟ ପରେ ବି ସୁଧୁରୁନି ବାପୁଜୀନଗର ସ୍ଥିତି। କମିସନରେଟ ପୁଲିସ ଠିକ୍‌ ଭାବେ ପଇଁତରା ମାରୁନଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅପରାହ୍ଣରେ ବାପୁଜୀନଗର ରାସ୍ତା ମଝିରେ ଜଣେ ବ୍ୟକ୍ତି ଗାଡ଼ି ପାର୍କିଂ କରିଥିଲେ। ଏଥିଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିର ଲମ୍ବା ଲାଇନ୍‌ ଲାଗିଥିଲା। ଘଣ୍ଟାଏ ଏଭଳି ଟ୍ରାଫିକ୍‌ ସମସ୍ୟା ଦେଖାଯିବା ସହ ଲୋକେ ହନ୍ତସନ୍ତ ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ଏହାପରେ ଉକ୍ତ କାର୍‌କୁ କ୍ରେନ୍‌ ସହାୟତାରେ ରାସ୍ତାରୁ ଉଠାଇ ନେଇଥିଲା। କିଛି ସମୟ ପରେ ପରେ ଉକ୍ତ ବ୍ୟକ୍ତି ସେଠାରେ ପହଞ୍ଚି ଗାଡ଼ି ଖୋଜାଖୋଜି କରିବା ପରେ ଥାନାରେ ଗାଡ଼ି ନେବାକୁ କୁହାଯାଇଥିଲା।
ସେହିପରି କୁମାର ପୂର୍ଣ୍ଣିମା ଲାଗି ଏକନମ୍ବର ହାଟ ସାମ୍‌ନାରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇଥିଲା। ପୁଲିସ ରାସ୍ତାମଝିରେ ପାର୍କିଂ କରୁଥିବା ବ୍ୟକ୍ତିଙ୍କୁ ହଟାଇବା ସହ ଗାଡ଼ି ଜବତ କରିଥିଲା।

Comments are closed.