ବାପୁଜୀନଗରରେ ୪୨ଟି ଦୋକାନ ସିଲ କଲା ବିଏମ୍‌ସି

ଭୁବନେଶ୍ବର: ଆଜି କୋଭିଡ ନିୟମ ଉଲ୍ଲଙ୍ଘନ କରି ଭୁବନେଶ୍ବର ବାପୁଜୀନଗରରେ ଅଞ୍ଚଳର ଏକାଧିକ ମୋବାଇଲ ଦୋକାନ ବିଏମସି ପକ୍ଷରୁ ସିଲ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାପୁଜୀନଗର ଅଞ୍ଚଳରେ ବହୁ ମୋବାଇଲ ଦୋକାନରେ ଗ୍ରାହକ ମୋବାଇଲ କିଣିବାକୁ ଭିଡ଼ ଜମାଇଥିଲେ। ବିଏମ୍‌ସି ପକ୍ଷରୁ କୋଭିଡ ନିୟମ ପାଳନ ପାଇଁ ବାରମ୍ବାର ନିର୍ଦେଶ ଦିଆଯାଇଥିଲା। କିନ୍ତୁ ମୋବାଇଲ ଦୋକାନୀ କୋଭିଡ ନିୟମ ଉଲ୍ଲଙ୍ଘନ କରି ବୋବାଇଲ ବିକ୍ରି କରୁଥିବା ପରିଲକ୍ଷିତ ହୋଇଥିଲା। ତେଣୁ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆଜି ବାପୁଜୀନଗର ଅଞ୍ଚଳର ୪୨ଟି ଦୋକାନରେ ତାଲା ପକାଇ ବିଏମ୍‌ସି ପକ୍ଷରୁ ସିଲ କରି ଦିଆଯାଇଛି।

Comments are closed.