ଆରପାରିରେ ବପ୍ପି ଲାହିରୀ

୬୯ ବର୍ଷରେ ମୃତ୍ୟୁ

ଆରପାରିରେ ବପ୍ପି ଲାହିରୀ ୬୯ ବର୍ଷରେ ମୃତ୍ୟୁ

ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ ହୋଇଯାଇଥିଲେ ।
ଘରେ ତାଙ୍କର ହ୍ବିଲ ଚେୟାରରେ ଚଳପ୍ରଚଳ କରୁଥିଲେ । ପରେ ଶରୀର ଅଧିକ ଖରାପ ହେବାରୁ ତାଙ୍କୁ ଜୁହୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ  ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ସେ ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।

Comments are closed.