ଭାରସାମ୍ୟ ହରାଇ ୨୫ ଫୁଟ ବ୍ରିଜ ତଳକୁ ଓଲଟିଲା କାର

ବନ୍ତଳା : ଅନୁଗୋଳ ଓ ଢେଙ୍କାନାଳ ଜିଲା ସୀମାନ୍ତରେ ଥିବା ସେରଣାବେଡା ଗାଁ ମୁଣ୍ଡରେ ସୋମବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ କାର ୨୫ ଫୁଟ ବ୍ରିଜ ତଳକୁ ଖସି ପଡ଼ିଥିଲା।

ସୂଚନା ଅନୁଯାୟୀ, ନରସିଂହପୁର ପୋକଳବା ଅଞ୍ଚଳର ତୃପ୍ତି ପ୍ରସାଦ ପଣ୍ଡା ସମ୍ବଲପୁରରୁ କୌଣସି ଏକ କାମ ସାରି ନରସିଂହପୁର ଯାଉଥିବା ବେଳେ ମହିଧରପୁର ସେରଣାବେଡା ଗାଁ ମୁଣ୍ଡରେ ଥିବା ଏକ ବ୍ରିଜ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲିଟି ପଡିଥିଲା। ଗାଡି ଚାଳକ ପଣ୍ଡାଙ୍କ କହିବା ଅନୁଯାୟୀ,  ରାସ୍ତାଟି ସିଧା ଥିବା ବେଳେ ହଠାତ ଏକ ବଡ଼ ବାଙ୍କ ପଡିଥିଲା। ହେଲେ ବାଙ୍କ ପୂର୍ବରୁ କୌଣସି ସୂଚନା ଫଳକ ଲଗାଯାଇ ନ ଥିଲା ଫଳରେ ଉକ୍ତ ବାଙ୍କରେ ଗାଡିର ଭାରସାମ୍ୟ ରଖିନପାରି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ କୌଣସି କ୍ଷତାହାତ ନ ଥିବା ସୂଚନା ମିଳିଛି।

Comments are closed.