ରବଗାଁ ନିକଟ ଜଙ୍ଗଲରେ ୨ ହାତୀ ମୃତ, ବନ ବିଭାଗର ତଦନ୍ତ ଆରମ୍ଭ

ବାଂଶପାଳ: ଏହି ବ୍ଲକ ବିଜେପି ରେଞ୍ଜ ରବ ଗାଁ ନିକଟରେ ୨ ହାତୀଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ଉଭୟ ମା ଓ ଛୁଆ ହାତୀର ମୃତ୍ୟୁ ଘଟିଥିବା ଅନୁସନ୍ଧାନରୁ ଜଣାପଡିଛି । ଉଭୟ ୫୦୦ ମିଟର ପାଖା ପାଖିରେ ମରି ପଡିଥିବା ବେଳେ ବିଷ କ୍ରିୟା କିମ୍ବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।ଉଭୟ ଙ୍କ ପାଟିରୁ ରକ୍ତ ବାହାରିବା ସହ ଜଙ୍ଗଲ ରୁ ଘୋଷାରି ଘୋଷାରି ହୋଇ ଜଙ୍ଗଲ ରେ ମରିପଡିଥିବା ଜଣା ପଡୁଛି।ବିଜେପି ରେଞ୍ଜର ରବ ଅଞ୍ଚଳରେ ଏହି ୨ ହାତୀ ମା ଛୁଆ ଘୁରି ବୁଲିବା ସହ ବିଭିନ୍ନ ଗ୍ରାମରେ ପଶି କ୍ଷୟ କ୍ଷତି କରୁଥିଲେ ।

 

ବନବିଭାଗ ହାତୀଙ୍କୁ ଟ୍ରାକ କରୁଥିଲେ ହେଁ ମା ଓ ଛୁଆ ହାତୀ ଙ୍କ ମୃତ୍ୟୁ ବିଷୟରେ ବିଳମ୍ବରେ ଜାଣିବା ସମସ୍ତଙ୍କୁ ଚକିତ କରିଛି। ଘଟଣା ସ୍ଥଳରେ ରେଞ୍ଜର ମାନସ ମୁର୍ମୁ ଙ୍କ ସହିତ ବନବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି। ତେବେ ପୋଷ୍ଟ ମୋର୍ଟମ ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ରେଞ୍ଜର ମାନସ କୁମାର ମୁର୍ମୁ କହିଛନ୍ତି।

Comments are closed.