ବଧୀ କୁଦରେ ବୁଦ୍ଧ ପୂର୍ଣ୍ଣିମା

ଚୌଦ୍ୱାର  : ସୁପ୍ରତିଷ୍ଠିତ ବୌଦ୍ଧ ସମାଧୀ ଚୌଦ୍ୱାରସ୍ଥିତ ପ୍ରସିଦ୍ଧ ବଧୀ କୁଦରେ ବୁଦ୍ଧ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଭଗବାନ ବୁଦ୍ଧଦେବଙ୍କ ଜୟନ୍ତୀ ଅବସରରେ ଅଞ୍ଚଳର ବହୁ ସଂଖ୍ୟକ ଲୋକ ବଧୀକୁଦରେ ପହଞ୍ଚି ଧୂପ ଓ ଦୀପ ଦାନକରି ଭଗବାନଙ୍କ ପୂଜାର୍ଚ୍ଚନା କରିଥିଲେ। ଚୌଦ୍ୱାର ପ୍ରେସ୍ କ୍ଲବ୍ ତରଫରୁ କୁଦରେ ଆୟୋଜିତ ଜୟନ୍ତୀ ଉତ୍ସବରେ ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କ୍ଲବର ସମ୍ପାଦକ ରମେଶ ଚନ୍ଦ୍ର ସାମଲ, ବରିଷ୍ଠ ସଦସ୍ୟ ଗଙ୍ଗାଧର ସାହୁ, ଉପଦେଷ୍ଟା ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା, କଉନସିଲର ଆଶୁତୋଷ ଦାସ, ସ୍ତମ୍ଭକାର ଦିବ୍ୟଜ୍ୟାତି ପାଣି, ସାମାଜିକ କର୍ମୀ କେ.ସି.ପ୍ରତାପସିଂହ, ସାମ୍ବାଦିକ ପ୍ରକାଶ ନାୟକ, ମହେନ୍ଦ୍ର ବିଶ୍ୱାଳ, ବିଶ୍ୱଜିତ ଭଞ୍ଜ, ସୁଧାକର ସାମନ୍ତରାୟ, ଅଶୋକ କୁମାର ଦାସ,ଏଲୋରା ରାୟ, ସସ୍ମିତା ବିଶ୍ୱାଳ, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଭଗବାନ ବୁଦ୍ଧଙ୍କୁ ପ୍ରାର୍ଥନା କରି ତାଙ୍କ ମହତ ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରଦ୍ଧାଳୁମାନେ ବୁଦ୍ଧଦେବଙ୍କ ଭଗ୍ନ ସମାଧୀ ପରିକ୍ରମା କରି ବିଶ୍ୱ ଶାନ୍ତିପାଇଁ ପ୍ରର୍ଥନା କରିଥିଲେ ।

Comments are closed.