ନିଜ ବାନ୍ଧବୀଙ୍କୁ ଭୁଲ୍‌ ମାଗିବା ପାଇଁ  ୭୨ ହଜାର ଟଙ୍କା ଖର୍ଚ୍ଚ କରି ୩୦୦ ବ୍ୟାନର ଲଗାଇଲେ ଯୁବକ

0

ମୁମ୍ବାଇ.- ନିଜ ବାନ୍ଧବୀଙ୍କୁ ଭୁଲ୍‌ ମାଗିବା  ସହ କ୍ଷମା ପ୍ରାର୍ଥନା କରିବା ପାଇଁ ଜଣେ ଯୁବକ ୩୦୦ଟି ବିଜ୍ଞାପନ ବ୍ୟାନର ଲଗାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ବ୍ୟାନର ଲଗାଇବା ପାଇଁ ନିଲେଶ ଖେଡ୍‌କର ନାମକ ଯୁବକ ୭୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ।  ବାନ୍ଧବୀଙ୍କ  ନାମ ଲେଖିବା ସହ ସେ ‘ଆଇ ଆମ୍‌ ସରି’ ବୋଲି ଏଥିରେ ଉଲ୍ଲେଖ କରିଥିଲେ । ଏହି ଯୁବକଙ୍କୁ ୨୫ ବର୍ଷ ଏବଂ ସେ ଜଣେ ବ୍ୟବସାୟୀ ।

ବାନ୍ଧବୀ ଯିବା ଆସିବା କରୁଥିବା  ରାସ୍ତାରେ ସେ ଏହି ବ୍ୟାନର ସବୁ ଲଗାଇଥିଲେ । ମାତ୍ର ଏବେ ପୁଲିସ ତାଙ୍କୁ ଏହି ବ୍ୟନର ଲଗାଇବା ପାଇଁ ନେଟିସ୍‌ ଦେବା ସହ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ।

Leave A Reply