ଗଞ୍ଜାମରେ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ

ଛତ୍ରପୁର/ଗଞ୍ଜାମ: ଗଞ୍ଜାମ ଜିଲାରେ ମଙ୍ଗଳବାରଠାରୁ ବ୍ୟାଙ୍କଗୁଡ଼ିକ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଏ ନେଇ ଟ୍ବିଟ୍‌ କରି ଜଣାଇଛନ୍ତି। ବ୍ୟାଙ୍କଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ସାଙ୍ଗକୁ ଅଂଶୁଘାତର ଭୟକୁ ଏଡ଼ାଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ବିଟରେ କୁହାଯାଇଛି। ସୂଚନାଯୋଗ୍ୟ, ଗତ ସୋମବାର ଜିଲାପାଳ ଟ୍ବିଟ୍‌ କରି ଜିଲାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ ବୋଲି ସୂଚନା ଦେଇଥିଲେ।

Comments are closed.