ଏସ୍‌ବିଆଇ ସହ ରାଷ୍ଟ୍ରାୟତ ବ୍ୟାଙ୍କ୍‌ କର୍ମଚାରୀ ୟୁନିୟନମାନଙ୍କର ଦୁଇଦିନ ହରତାଲ୍‌ ନିଷ୍ପତ୍ତି – ଆଲୋଚନା ପାଇଁ ଅପିଲ୍‌ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ – ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସହ ଏସ୍‌ବିଆଇର କର୍ମଚାରୀ ୟୁନିୟନ ଦୁଇ ଦିନିଆ ହରତାଲ ଡାକରା ଦେଇଛନ୍ତି । ଦେଶ ସାରା ଏହି ହରତାଲ ଡାକରା ଦିଆଯାଇଛି । ସାର୍ବଜନୀନ ବ୍ୟାଙ୍କ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କର ପ୍ରାଇଭେଟାଇଜେସନ୍‌ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ୨୦୨୦-୨୧ରେ ଦୁଇଟୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ପ୍ରାଇଭେଟାଇଜେନ୍‌ ପାଇଁ ବଜେଟ୍‌ରେ ଘୋଷଣା କରାଯାଇଥିଲା । ଏହି ନିଷ୍ପତ୍ତି ବିରୋଧରେ ବନ୍ଦ ଡାକରା ଦିଆଯାଇଛି ।

ଡିସେମ୍ବର ୧୬ ଏବଂ ୧୭ ତାରିଖରେ ବିଭିନ୍ନ କର୍ମଚାରୀ ୟୁନିୟନ୍‌ ବନ୍ଦ ଡାକରା ଦେଇଛନ୍ତି । ସରକାର ବଜେଟ୍‌ ଉପସ୍ଥାପନା ବେଳେ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପ୍ରାଇଭେଟାଇଜେସନ୍ ବିଷୟରେ ଘୋଷଣା କରିଥିଲେ । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ନିଜର ଏକ ଟ୍ୱିଟ୍‌ରେ କର୍ମଚାରୀମାନଙ୍କୁ ଏଥିରୁ ବିରତ ରହିବା ପାଇଁ ଅପିଲ୍‌ କରିଥିବା ବେଳେ ଆଲୋଚନା ପାଇଁ ୟୁନିୟନମାନଙ୍କୁ ଡାକିଛି ।

ପୂର୍ବରୁ କୋଭଡ୍‌ କଟକଣା ଯୋଗୁଁ ଗ୍ରାହକମାନେ ବିଭିନ୍ନ ଅସୁବିଧା ସମ୍ମୁଖୀନ ହୋଇଥିବା ବେଳେ ଏବେ ସେମାନଙ୍କୁ ନିର୍ବିଘ୍ନ ସେବା ଯୋଗାଇ ଦେବାକୁ ହରତାଳ ନକରିବା ପାଇଁ ଅପିଲ୍‌ କରାଯାଇଛି ।

Comments are closed.