ମହିଳା କର୍ମଚାରୀଙ୍କ ସନ୍ତାନ ନିକଟକୁ ମା’କ୍ଷୀର ପହଞ୍ଚାଇବ ବ୍ୟାଙ୍କ

0

ଲଣ୍ଡନ: ବ୍ରିଟେନରେ ଗୋଲ୍ଡେନ ସ୍ୟାକ୍ସ ନାମକ ଏକ ସଂସ୍ଥା ପକ୍ଷରୁ ଅଭିନବ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କମ୍ପାନୀ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଘରେ ରହିଥିବା ଶିଶୁଙ୍କ ନିକଟକୁ ମା’କ୍ଷୀର ପହଞ୍ଚାଇବ। ଏଥିପାଇଁ ମହିଳା କର୍ମଚାରୀଙ୍କୁ ଉକ୍ତ କମ୍ପାନୀ ପକ୍ଷରୁ ଫ୍ରିଜିଂ କିଟ୍‍ ପ୍ରଦାନ କରାଯିବ। ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବା ସଂସ୍ଥାନ ଦ୍ୱାରା ବହନ କରାଯିବ। ଏହାର ସୁଫଳ ସେହି ମହିଳାଙ୍କୁ ମିଳିବ ଯେଉଁମାନଙ୍କ ଘର କାର୍ଯ୍ୟାଳୟଠାରୁ ବେଶ୍‍ ଦୂର। କେତେକ ସ୍ଥାନରେ ମହିଳାମାନଙ୍କ ପାଇଁ ଚାକିରୀ ଓ ନବଜନ୍ମା ଶିଶୁର ରକ୍ଷଣାବେକ୍ଷଣ କରିବା କାଠିକର ପ୍ରମାଣିତ ହୋଇଥାଏ। ଏଭଳି ପରିସ୍ଥିତିରେ ଉଭୟ କାର୍ଯ୍ୟରେ ସନ୍ତୁଳନତା ରକ୍ଷା କରିବା ଉଦ୍ଦେଶ୍ୟରେ ବ୍ରିଟେନରେ ଗୋଲ୍ଡେନ ସ୍ୟାକ୍ସ ନାମକ ସଂସ୍ଥାକୁ ବ୍ୟାଙ୍କର ମାନ୍ୟତା ଦେଇଛି ସରକାର। ଏଭଳି ବ୍ୟବସ୍ଥା ଦ୍ୱାରା ଅଦ୍ୟାବଧି ୬ହଜାର ମହିଳା କର୍ମଚାରୀ ଏହି ସୁବିଧା ଯୋଗାଇବା ଆରମ୍ଭ ହୋଇଛି। ବ୍ରିଟେନରେ ଏଭଳି ପନ୍ଥା ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲେ ମଧ୍ୟ ଆମେରିକାରେ ଆଇବିଏମ ଓ ଏଚଆର ପରି ସଂସ୍ଥା ପୂର୍ବରୁ ଏଭଳି ବ୍ୟବସ୍ଥାକୁ ଲାଗୁ କରିଛନ୍ତି।

Leave A Reply