୩୮ ପରିବାରଙ୍କ ବାସଗୃହ ଭାଙ୍ଗିଲା ତିତଲି

0

କଳାପଥର : ବାତ୍ୟା ତିତିଲି ପ୍ରଭାବରେ ବାଙ୍କୀ ଉପଖଣ୍ଡରେ ଥିବା ଦୁଇଗୋଟି ତହସିଲ ଅଞ୍ଚଳରେ ୩୮ ପରିବାରଙ୍କ ବାସଗୃହ ଭାଙ୍ଗିଯାଇଥିବା ଜଣାପଡିଛି। ଏ ନେଇ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କ ପକ୍ଷରୁ ଉଭୟ ବାଙ୍କୀ ଓ ଡମପଡା ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ , ଗତ ଦୁଇଦିନ ତଳେ ହୋଇଥିବା ବାତ୍ୟା ତିତିଲି ପ୍ରଭାବରେ ବାଙ୍କୀ ତହସିଲ ଅଞ୍ଚଳର ୩୦ ଗୋଟି ପରିବାରଙ୍କ ମାଟି କାନ୍ଥ ଘର ଭାଙ୍ଗିଥିବା ବେଳେ ଡମପଡା ତହସିଲ ଅଞ୍ଚଳର ୧୦ ଗୋଟି ପଞ୍ଚାୟତ ମଧ୍ୟରୁ ୮ ଜଣ ପରିବାରଙ୍କର ମାଟି କାନ୍ଥ ଘର ଭାଙ୍ଗିଯାଇଥିବା ରିପୋର୍ଟ ହୋଇଛି। ଉଭୟ ତହସିଲ ପକ୍ଷରୁ ଘଟଣାର ତଦନ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗମାନେ କିପରି ସରକାରୀ ସାହାଯ୍ୟ ପାଇ ପାରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Leave A Reply