ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଶିକ୍ଷଣ

ବାଙ୍କୀ: ମଙ୍ଗଳବାର ଦିନ ବାଙ୍କୀ ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ସମ୍ପର୍କରେ ଏକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଡମପଡା ବ୍ଲକ ଅଧିନ ଆଞ୍ଚଳିକ ମହାସଂଘର ଗୋଷ୍ଠୀ ସଦସ୍ୟ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଯୋଜନା ସମ୍ପର୍କିତ ଜ୍ଞାନ କୌଶଳ ଆହରଣ ନିମନ୍ତେ ଆଗଧାଡିର କର୍ମୀ ଓ କର୍ମଚାରୀଙ୍କୁ ପକେଟ୍‍ ବୁକ ବଣ୍ଟନ କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କଣ, ଯୋଗ୍ୟ ହିତାଧିକାରୀ ମିଳୁଥିବା ସୁବିଧା ସୁଯୋଗ ଏବଂ ଚିକିତ୍ସା ସହାୟତା ସେବା ସମ୍ପର୍କରେ ଆଲୋଚନା କରାଯାଇଛି।

କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ବ୍ଲକ ମହାସଂଘ ସଭାପତି ଜ୍ୟୋସ୍ନାରାଣି ବେହେରା, ନନ୍ଦିନୀ ନାୟକ, ସୁକାନ୍ତି ସାହୁ ପ୍ରମୁଖ ପ୍ରସିକ୍ଷଣ ପ୍ରଦାନ କରିଛନ୍ତି। ଭାରପ୍ରାପ୍ତ ସିଡିପିଓ ଛବିରାଣୀ ବେହେରା, ଜୀବିକା ମିଶନ କାର୍ଯ୍ୟାଳୟ ପକ୍ଷରୁ ବିଭୁପ୍ରସାଦ ପାଢୀ, ମାଳିନୀ ପ୍ରିୟଦର୍ଶିନୀ, ସୁଜାତା ମହାପାତ୍ର ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର କ୍ଷେତ୍ର ପରିଦର୍ଶିକାମାନେ ଉପସ୍ଥିତ ଥିଲେ। ନିକଟରେ କିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇ ସୁବିଧା ଉପଲବ୍ଧ ହେବାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ସହଯୋଗୀ ହେବେ ସେଥିନେଇ ଆଲୋଚନା କରାଯାଇଛି। ଏମବିକେମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.