୪ କେନ୍ଦ୍ରରେ ୭ ପଞ୍ଚାୟତର ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

ବାଙ୍କୀ: ବାଙ୍କୀ ବ୍ଲକର ବୈଦେଶ୍ୱର, କଳାପଥର, ପୁଇଁଚା ଓ ଜଗନ୍ନାଥପୁର ଠାରେ ୭ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମର ଉଦଘାଟନ କରି ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହାଦ୍ୱାରା ଉପଲବ୍ଧ ସୁବିଧା ବାବଦକୁ ମହିଳା ହିତାଧିକାରୀ ୧୦ ଲକ୍ଷ ଏବଂ ପୁରୁଷ ହିତାଧିକାରୀ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ଆଲୋକପାତ କରିଛନ୍ତି। ମଙ୍ଗଳବାର ବୈଦେଶ୍ୱର, କଳାପଥର, ପୁଇଁଚା, ଜଗନ୍ନାଥପୁର, କେନ୍ଦୁପଲ୍ଲି, କାଳିପୋଇ ଓ ବଳଭଦ୍ରପୁର ଗ୍ରାମପଞ୍ଚାୟତ ନିମନ୍ତେ ସ୍ୱାସ୍ଥ୍ୟ କାର୍ଟ ବଣ୍ଟନ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ସହଯୋଗ କରିଥିଲେ। ସୂଚନା ଅନୁଯାୟୀ ବାଙ୍କୀ ବ୍ଲକ ନିମନ୍ତେ ୨୫ହଜାର ହିତାଧିକାରୀଙ୍କୁ ଏହି କାର୍ଡ ସୁବିଧା ପର୍ଯ୍ୟାୟକ୍ରମେ ପ୍ରଦାନ କରାଯାଇଥିବା ବିଡିଓ ପ୍ରଦୀପ୍ତ କୁମାର ଶତପଥି ପ୍ରକାଶ କରିଛନ୍ତି।

Comments are closed.