ଲଘୁଚାପ ବର୍ଷା, ଧାନ ସହ ପରିବା ଫସଲ ବ୍ୟାପକ ପ୍ରଭାବିତ

ବାଙ୍କୀ: ଜୱାଦ ପ୍ରଭାବରେ ଲଘୁଚାପ ଜନିତ ୨ଦିନର ପ୍ରବଳ ବର୍ଷା ବାଙ୍କୀ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି। ସୂଚନା ଅନୁଯାଇ ଲଘୁଚାପ ଟଳି ଯାଇଥିଲେ ମଧ୍ୟ ପ୍ରଭାବରେ ଆଗକୁ ୨ଦିନ ପ୍ରବଳ ବର୍ଷା ଲାଗି ରହିଛି। ପାଣିବାଗ ବିଭାଗର ସୂଚନାରେ କୃଷି ଓ କୃଷକ ବ୍ୟାପକ କ୍ଷତି ହେବା ଆଶଙ୍କା ବଢିଛି। ବର୍ଷରେ ବାରମ୍ବାର ଲଘୁଚାପ, ଅନିୟମିତ ବର୍ଷା ଏବଂ ବନ୍ୟା ପ୍ରଭାବରେ ବାଙ୍କୀ ଉପଖଣ୍ଡର ଚାଷୀମାନେ ଧାର କରଜ କରି ଚାଷ ଡେରିଥିଲା ବେଳେ ବାରମ୍ବାର ପ୍ରକୃତିକ ବିପର୍ଯ୍ୟୟ ଜନିତ କ୍ଷତି ଚାଷୀଙ୍କ ଚିନ୍ତା ବଢାଇଛି। ଏବେ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡା ବ୍ଲକର ପାଥପୁର, କୁଶପଙ୍ଗି, ଭଗିପୁର, ଶିମିଳିପୁର, ହରିରାଜପୁର, ଦୁଲଣାପୁର, ଡମପଡା, ତାଳବସ୍ତ, ବିଲିପଡା, ରଗଡି, ଦୁର୍ଗାପୁର, ଢଁସର, ତୂଳସୀପୁର, ନରଗାଙ୍ଗ ଆଦି ଗ୍ରାମରେ ବ୍ୟାପକ ପରିବା ଚାଷ କ୍ଷତି ଘଟିଛି। ପାଥପୁର, ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ଦୁଲଣାପୁର ଆଦି ପଞ୍ଚାୟତର ପରିବା କିଆରୀରେ ପାଣି ଜମିଛି।

କୋବି ଫସଲରେ ଆଗାମୀ ଦିନର ରୋଗ ପୋକ ଲାଗିଛି। ବର୍ତ୍ତମାନ ଫୁଲକୋବି ନଷ୍ଟହେବା ଏବଂ ବିଳମ୍ବରେ ଚାଷ ଆରମ୍ଭ କରିବା ସହସ୍ରାଧିକ ଚାଷୀଙ୍କ ଜମିରେ ପାଣି ମାଡି ରହିଥିବା ହେତୁ ଚାରା ପଚିଯିବା, ପ୍ରସ୍ତୁତ ହୋଇଥିବା ଜମିରେ ଫସଲ ଲଗାଇବା ବିଳମ୍ବ ଆଶଙ୍କା ବଢିଛି। ସ୍ଥାନୀୟ ଚାଷୀ ଧାର କରଜ କରି ଚାଷ କରିବାକୁ ବାତ୍ୟା ପ୍ରଭାବରେ କରଜ ଚିନ୍ତା ବଢିଛି। ଅଞ୍ଚଳର ପ୍ରମୁଖ ଚାଷୀ ପ୍ରଫୁଲ୍ଲ ବେହେରା, ରଘୁନାଥ ନାୟକ, ଶିଶିର ପରିଡା, ଲକ୍ଷ୍ମୀଧର ସୁତାର, ଧନେଶ୍ୱର ରଣା, ରାଜକିଶୋର ସାହୁ, ଶ୍ରୀଧର ସାହୁ ପ୍ରମୁଖ ଚାଷୀ ବାତ୍ୟା ଜନିତ କ୍ଷୟକ୍ଷତି ଚିନ୍ତାରେ। ବର୍ଷା ପରେ ପରେ ଚାଷୀ ମାନଙ୍କ ଜମି ପରିଦର୍ଶନ କରାଯାଇ ଯଥାଯତ କ୍ଷତିପୂରଣ ପ୍ରଦାନରେ କୃଷି ଓ ରାଜସ୍ୱ ବିଭାଗ ଦୃଷ୍ଟି ଓ ସହାୟତାର ହାତ ବଢାଇବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

ବାଙ୍କୀ ଅଞ୍ଚଳର ପ୍ରାୟ ୧୪ହଜାର ହେକ୍ଟର ଧାନ ଚାଷ ମଧ୍ୟରୁ ୧୧ହଜାର ହେକ୍ଟର ଧାନ ଚାଷ ଠିଆ ହୋଇଥିବା ସୂଚନା ମିଳିଛି। ବାତ୍ୟା ଜନିତ ବର୍ଷାରେ ସେଥିମଧ୍ୟରୁ ୫ରୁ ୬ହଜାର ହେକ୍ଟର ଜମୀରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ପୂର୍ବାନୁମାନ କରିଛି। ସେହିପରି ୪ହଜାର ହେକ୍ଟରରୁ ଅଦିକ ଜମୀରେ ପରିବା ଫସଲ ନଷ୍ଟ ହୋଇଛି। ଆଗକୁ ବର୍ଷା ଲାଗି ରହିଲେ କ୍ଷୟକ୍ଷତି ବଢିବା ଆଶଙ୍କା ବଢିଛି। ଏଥି ସହିତ ବିଲିପଡା ଏବଂ ବହୁ ତଳିଆ ଅଞ୍ଚଳରେ ବନ୍ୟାପରେ କରାଯାଇଥିବା ରବି ଫସଲ(ବିରି) ମଧ୍ୟ ଅନୁରୂପ ଭାବରେ କ୍ଷତି ଘଟିଛି। ଚିନାବାଦାମ ଫସଲ ଅନୁରୂପ ଭାବରେ କ୍ଷତି ଘଟିଛି। ବାଙ୍କୀ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଚଳିତ ବାତ୍ୟା ଜନିତ ବର୍ଷାରେ କ୍ଷତିଗ୍ରସ୍ଥ ଚାଷୀଙ୍କୁ ସରକାର କ୍ଷତି ସହାୟତା ଯୋଗାଇ ଦେବାପାଇଁ ଅଞ୍ଚଳର ପ୍ରମୁଖ ଚାଷୀମାନେ ଅନୁରୋଧ କରିଛନ୍ତି।

Comments are closed.