ସୃଜନଶୀଳ ଲେଖନୀ ଚାଳନାରେ ଧୂରିଣ ଥିଲେ ଡ.ମହତାବ

ବାଙ୍କୀ: ରବିବାର ଦିନ ପୂର୍ବାହ୍ନରେ ବାଙ୍କୀ ପ୍ରେସ୍ କ୍ଲବ ପରିସରରେ ଉତ୍କଳକେଶରୀ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କର ୧୨୨ତମ ଜୟନ୍ତି ପାଳିତ ହୋଇଯାଇଛି। ଡକ୍ଟର ହରେକୃଷ୍ଣ ମହତାବ ଓଡିଶା ପ୍ରଦେଶ ଗଠନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ସାମ୍ବାଦିକତା ଓ ସୃଜନଶୀଳ ଲେଖନୀ ଚାଳନାରେ ଧୂରିଣ ଥିଲେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରେସ୍ କ୍ଲବ ପକ୍ଷରୁ ଆୟୋଜିତ ନିରାଡମ୍ବର କାର୍ଯ୍ୟକ୍ରମ ସଭାପତି ବଳଭଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

 

ସାମ୍ବାଦିକ ଗୈାରାଙ୍ଗ ବେହେରା, ଜ୍ଞାନେନ୍ଦ୍ର ମୋହନ ମିଶ୍ର, ସମରେନ୍ଦ୍ର ମହାପାତ୍ର, ବିଭୂପ୍ରସାଦ ସାମଲ,ଗୈାତମ ମିଶ୍ର, ପୂର୍ବତନ ନଗରପାଳ ଅକ୍ଷୟ ପ୍ରଧାନ, ଅଧ୍ୟାପକ ମନୋଜ ମହାପାତ୍ର, ଭାଗିରଥି ବିଶ୍ୱାଳ, ପଠାଣୀ ବେହେରା, ସାହିତ୍ୟିକ କୌଶିକ ନାୟକ ପ୍ରମୁଖ ଉପସ୍ଥିତ ରହି ମହତାବଙ୍କ ଜୀବନ ଦର୍ଶନ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପାଦକ ସୁବାଷ ପାଢୀ ଅତିଥି ପରିଚୟ ଦେଇଥିଲେ। ଗୈାରାଙ୍ଗ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.