ଦୋଲଣାପୁର ଓ ତାଳବସ୍ତ ପଞ୍ଚାୟତରେ ସାମାଜିକ ସେବା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବାଙ୍କୀ: ଡମପଡା ବ୍ଲକ ଅଧିନ ତାଳବସ୍ତ ଓ ଦୋଲଣାପୁର ପଞ୍ଚାୟତର ଅରପୁର ଗ୍ରାମରେ ଯଥାକ୍ରମରେ ସାମାଜିକ ସେବା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଯୋଗଦେଇ ତାଳବସ୍ତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ସାମାଜିକ ସେବା କାର୍ଯ୍ୟକ୍ରମକୁ ଉଦ୍ଦ୍‍ଘାଟନ କରିବା ସହିତ ଅରପୁର ଗ୍ରାମ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସଂକ୍ଷିପ୍ତ ବୃକ୍ଷରୋପଣ କରିଥିଲେ।

ଅନ୍ୟତମ ଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଭାଗିରଥୀ ପାଣୀ, ସମାଜସେବୀ ସଂଜୟ ମହାରଣା, ତାଳବସ୍ତ ପଞ୍ଚାୟତ ଯୁବ ବିଜେଡି ସଭାପତି ରାଜକିଶୋର ମହାନ୍ତି, ଡମପଡା ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ଗୈାରବ ବଳିୟାରସିଂହ, ଯୁବ ଜନତା ଦଳ ଉପସଭାପତି ସୁନିଲ କୁମାର ସାହୁ, ତାଳବସ୍ତ ସରପଞ୍ଚ ଦିନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଉଭୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ବିଜୁ ଯୁବ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଜନତା ଦଳର ପଦାଧିକାରୀ ଓ ସଦସ୍ୟ ମାନେ ଉପସ୍ଥିତ ରହି ଉଭୟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.