ବିକଳ୍ପ ଶିକ୍ଷା ପାଇଁ ଶିକ୍ଷାନବୀଶଙ୍କ ଅଭିନବ ଉଦ୍ୟମ, ମୋବାଇଲ ସୁବିଧା ନ ଥିବା ଛାତ୍ରଛାତ୍ରୀଙ୍କ ପଠାଇଲେ ପାଠ
ବାଙ୍କୀ: ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ରତାଗଡ ଗୋବିନ୍ଦପୁର ମଉଜାରେ ଶିକ୍ଷା ନବିସ କାର୍ଯ୍ୟକ୍ରମ ଦୀର୍ଘ ଅଢେଇ ମାସ ଧରି ସ୍ୱେଚ୍ଛାକୃତ ଶିକ୍ଷାନବିଶ ରାଜୀବଲୋଚନ ମହାରଣା ଦଶ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବରେ ପାଠ ପଢାଇ ଆସୁଥିଲେ। ସୂଚନା ଅନୁଯାଇ ରଗଡି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଛାତ୍ର ରାଜୀବଲୋଚନ ମହାରଣା କୋଭିଡ କଟକଣାରେ ପ୍ରଶିକ୍ଷଣ ପ୍ରତିଷ୍ଠାନ ବନ୍ଦ ଥିବାରୁ ନିଜ ଘରେ ରହି ଅନଲାଇନରେ ନିଜେ ପାଠ ପଢୁଥିଲେ। ବିଭାଗର ନିର୍ଦେଶକ୍ରମେ ଗ୍ରାମରେ ଥିବା ଗରୀବ ତଥା ମୋବାଇଲ ସୁବିଧା ନଥିବା ୧୦ଜଣ ଛାତ୍ରଛାତ୍ରୀଙ୍କୁ ଅଭିନବ ଯୋଜନା ମାଧ୍ୟମରେ ପାଠ ପଢାଉଥିଲେ। ଦୀର୍ଘ ଅଢେଇ ମାସ ପରେ ନିଜର କ୍ଲାସ୍ ଆରମ୍ଭ ହେଉଥିବାରୁ ବିକଳ୍ପ ଶିକ୍ଷା ନିବାସ କାର୍ଯ୍ୟକ୍ରମକୁ ସୋମବାର ଉଦ୍ଘାଟିତ ହୋଇଛି।
ଏହି ଅବସରରେ ମୁଖ୍ୟଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଯୋଗଦେଇ ଗରୀବ ତଥା ମୋବାଇଲ ନଥିବା ହେତୁ ଅନଲାଇନ ପାଠପଢାରୁ ବଂଚିତ ଛାତ୍ରଛାତ୍ରୀଙ୍କୁ ଏଭଳି ବ୍ୟବସ୍ଥାରେ ସ୍ୱେଚ୍ଛାକୃତ ଭାବରେ ପାଠ ପଢାଇଥିବା ଶିକ୍ଷାନବୀଶଙ୍କୁ ଧନ୍ୟବାଦ ଜଣାଇବା ସହିତ ପିଲା ମାନଙ୍କୁ ପାଠ ପଢିବାର ସଂଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅଂଶୁପା କଳା ସାହିିତ୍ୟ ସଂସ୍କୃତି ପରିଷଦର ସଭାପତି ଗତିକୃଷ୍ଣ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର, ସରପଞ୍ଚ ପ୍ରତିନିଧି ବିଜୟ କୁମାର ରାଉତ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ଦେଉରୀ, ଶିକ୍ଷକ ସଂଘ ସମ୍ପାଦକ କର୍ଣ୍ଣରଂଜନ ସାହୁ, ସି.ଆର.ସି.ସି ଅରୁଣ ଉଦୟ ବେହେରା,ଚକାନୟନ ପ୍ରଧାନ, ପ୍ରମୋଦ କୁମାର ରଣା ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ଅଦ୍ୟୈତ ଜେନାଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳତା ପାଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ମୁଖ୍ୟଅତିଥି ପୁରଷ୍କାର ପ୍ରଦାନ କରିଥିଲେ। ବାଙ୍କୀ ବ୍ଲକରେ ରଗଡି ସି.ଟି ପ୍ରଶିକ୍ଷଣ ବିଦ୍ୟାଳୟରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଛାତ୍ରଙ୍କ ଦ୍ୱାରା ଏଭଳି ଅଭିନବ ଶିକ୍ଷା ପ୍ରଣାଳୀ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ବୋଲି ବିଧାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
Comments are closed.