ବାଙ୍କୀ ବ୍ଲକର ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

ବାଙ୍କୀ : ବାଙ୍କୀ ବ୍ଲକ ପ୍ରଶାସନ ତରଫରୁ ଆଜି ମୁଖ୍ୟ ବଜାର ମଧ୍ୟରେ ଥିବା ଚର୍ଚ୍ଚିକା ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବାଙ୍କୀରେ ମଧ୍ୟ ସଂକ୍ରମଣଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ଉକ୍ତ ସମୟରେ କୋଭିଡ କଟକଣାକୁ ସଠିକ ଭାବେ ପାଳନ କରାଯାଉନଥିବା ଦେଖାଯାଇଥିଲା। ସାମାଜିକ ଦୂରତା ପାଳନ ନକରାଯିବା ସହ ଅଧିକାଂଶ ମାସ୍କ ପିନ୍ଧିନଥିବା ଦେଖାଯାଇଥିଲା।
୨୦ଟି ପଂଚାୟତର ଦିବ୍ୟାଙ୍ଗମାନେ ପ୍ରମାଣପତ୍ର ପାଇଁ ଏଥିରେ ପଞ୍ଚିକରଣ କରିଥିଲେ ବୋଲି ସୂଚନା ମିଳିଛି।

Comments are closed.