ଶ୍ରୀଚକ୍ରପାଣିପୀଠକୁ ବିଶାଳ କଳସ ଯାତ୍ରା

ବାଙ୍କୀ: ପୂଣ୍ୟତୋୟା ମହାନଦୀ, ବାଙ୍କୀ ରେଣୁକା ଘାଟରୁ ଶନିବାର ସକାଳେ ଏକ ବିଶାଳ କଳସଯାତ୍ରା ବିଲିପଡା ସସ୍ଥିତ ଶ୍ରୀ ଭାଗବତ ଗୋସ୍ୱାମୀ ଚକ୍ରପାଣି ପୀଠକୁ ଆଧ୍ୟାତ୍ମିକ ଭାବାବେଗରେ ଯାତ୍ରା କରିଛି। ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚକ୍ରପାଣି ପୀଠରେ ଆହୋରାତ୍ର ଭାଗବତ ପଠନ ଓ ଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଚତୃର୍ଦଶ ବାର୍ଷିକ କଳସଯାତ୍ରାରେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ପୁରୁଷ ଓ ମହିଳା ଭକ୍ତମାନେ ସାମିଲ ହୋଇ ଦୀର୍ଘ ୫ କି.ମି ରାସ୍ତାରେ ଚାଲି ଚାଲି ଯାଇଛନ୍ତି। ଚର୍ଚ୍ଚିକା ଘାଟ ଠାରୁ ଆରମ୍ଭ କରି ବାଙ୍କୀ ସହର ଓ ପାଥପାଶ୍ୱ୍ର୍ୟ ଗ୍ରାମରେ ମା’ ମାନେ ହୁଳହୁଳି ହରିବୋଲ ଦେଇ କଳସଯାତ୍ରାର ଶୁଭକାମନା ସହିତ ଜଗତର ମଙ୍ଗଳ ପାଇଁ ଶ୍ରୀ ଶ୍ରୀ ଭାଗବତ ଗୋସ୍ୱାମୀଙ୍କର ଆର୍ଶିବାଦ କାମନା କରାଯାଇଛି। ସକାଳେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ କଳସ ଯାତ୍ରାରେ ଯୋଗଦେଇ ପ୍ରଭୁଙ୍କର ମହିମା ଓ ଆଶିର୍ବାଦ କାମନା କରିଛନ୍ତି।

 

ବିଲିପଡା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ମୁରବୀ ଓ ବ୍ୟକ୍ତି ମାନେ ଶୃଙ୍ଖଳିତ ଯାତ୍ରା ଏବଂ ସଫଳତା ପାଇଁ ସମସ୍ତଙ୍କର ସହଯୋଗ ପ୍ରଦାନ କରିଥିବା ସୂଚନା ମିଳିଛି। ବାଙ୍କୀ ପୋଲିସ ପକ୍ଷରୁ ବାଙ୍କୀ ସହରରେ ସୁବିଧାରେ ଯିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳାରକ୍ଷା ପ୍ରତି ଦୃଷ୍ଟି ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଭକ୍ତ ମାନଙ୍କର ମାନସିକ ପୂରଣ ହେଉଥିବାର ଅତି ବିଶ୍ୱାସର ସହିତ ପ୍ରତିବର୍ଷ କଳଯାତ୍ରାରେ ଭକ୍ତ ମାନଙ୍କର ସଂଖ୍ୟା ବୃଦ୍ଧି ହୋଇ ଚଳିତ ବର୍ଷ ଚତୃଦ୍ଦଶ ବର୍ଷରେ କଳସ ଯାତ୍ରା ଓ ମାଘ ମାସ ଚକ୍ରପାଣି ମହୋତ୍ସବ ଅଂଚଳବାସୀଙ୍କୁ ବାନ୍ଧି ରଖିଥିବା କମିଟି ପକ୍ଷରୁ କୁହାଯାଇଛି। ପାରମ୍ପରିକ ଲଉଡି ଖେଳ ଏବଂ ନାମ ସଂକୀର୍ତ୍ତନ କଳସଯାତ୍ରାଙ୍କୁ ଆଧ୍ୟାତ୍ମିକ ଆତ୍ମବଳ ବଢାଇଥିବା ସମ୍ପର୍କରେ ଉପସ୍ଥିତ ଭକ୍ତମାନେ କହିଛନ୍ତି। କୋଭିଡ-୧୯ ନିୟମକୁ ଅନୁପାଳନ କରି ସାମାଜିକ ଦୂରତା ସହିତ ମାକ୍ସ ପରିଧାନ କରି କଳସଧାରୀ ମାନେ ଧାଡିରେ ଯାଉଥିବା ଦେଖିବାକୁ ମିଳିଛି।

Comments are closed.