ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର, ବିପନ୍ନଙ୍କୁ ଭେଟିଲେ ବିଧାୟକ

ବାଙ୍କୀ: ରବିବାର ଅପରାହ୍ନରେ ବାଙ୍କୀ ବ୍ଲକ ଅଧିନ ଜଗନ୍ନାଥପୁର ପଞ୍ଚାୟତର ଖଇରୀପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବାବୁଲି ଜେନା ଓ ଦୀନବନ୍ଧୁ ଜେନାଙ୍କର ୪ ବଖରା ଚାଳଘର ଭସ୍ମୀଭୂତ ହୋଇଯାଇଛି। ଖବର ପାଇ କଳାପଥର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ କରିଥିଲେ ମଧ୍ୟ ଘରେ ଥିବା ସମସ୍ତ ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। କୈାଣସି ସରକାରୀ ସହାୟତା ଆଜି ମିଳିନଥିବା ଜଣାପଡିଛି। ଖବର ପାଇ ବାଙ୍କୀ ବିଧାୟକ ବିପନ୍ନ ପରିବାରଙ୍କୁ ଭେଟି ଶୁଖିଲା ଖାଦ୍ୟ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ କରିଛନ୍ତି। ତୁରନ୍ତ ତଦନ୍ତ କରି ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ତହସିଲଦାରଙ୍କୁ ପରାମର୍ଶ ଦିଆଯିବା ସମ୍ପର୍କରେ କହିଛନ୍ତି। କାଳିପୋଇ ସରପଞ୍ଚ ସୁବାଷ ସ୍ୱାଇଁ, ସମାଜସେବୀ ସୁଶାନ୍ତ ସାହୁ ପ୍ରମୁଖ ବିଧାୟକଙ୍କ ପରିଦର୍ଶନ ସମୟରେ ବହୁ ବିଶିଷ୍ଠ ଲୋକ ଉପସ୍ଥିତ ଥିଲେ।

Comments are closed.