ବକେୟା ଦରମା ଦାବି ନେଇ ଠିକା ସଫେଇ କର୍ମଚାରୀଙ୍କ ଧାରଣା

ବାଙ୍କୀ(ଡମପଡା): ବାଙ୍କୀ ଏନଏସି ସମ୍ମୁଖରେ ଠିକାଦାର ଅଧିନସ୍ଥ ସଫେଇ କର୍ମଚାରୀ ବକେୟା ଦରମା ଦାବି ନେଇ ଧାରଣା ଦେଇଛନ୍ତି। ତିନି ମାସର ବକେୟା ଦରମା ପାଇ ନ ଥିବାରୁ ପରିବାର ପ୍ରତିପୋଷଣ ଚିନ୍ତା ନେଇ ଉଦବେଗ ପ୍ରକାଶ କରିଛନ୍ତି। ବାରମ୍ବାର ପ୍ରତିଶୃତି ପରେ ମଧ୍ୟ ଦରମା ନ ମିଳିବାରୁ ବାଧ୍ୟ ହୋଇ ଧାରଣା ଦେଇଥିବା କଥା ସଫେଇ କର୍ମଚାରୀ କହିଛନ୍ତି। ଦରମା ନ ମିଳିବା ପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି ସଫେଇ କର୍ମଚାରୀ ପ୍ରକାଶ କରିଛନ୍ତି। ଅପର ପକ୍ଷେ ମୁଖ୍ୟ ରାସ୍ତାରେ ଏବେ କୁଢକୁଢ ଅଳିଆ ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣ ଲୋକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଏପର୍ଯ୍ୟନ୍ତ ବକେୟା ଦରମା ଠିକା ସଂସ୍ଥାଙ୍କ ହସ୍ତଗତ କରି ନ ଥିବାରୁ ସଫେଇ କର୍ମଚାରୀ ବକେୟା ଦରମା ପାଇ ନାଁହାନ୍ତି ବୋଲି ଠିକା ସଂସ୍ଥାର ସୁପର ଭାଇଜର କହିଛନ୍ତି। ଯାହା ଫଳରେ ଆଜି ବାଙ୍କୀ ବଜାରରେ ଅଳିଆ ଆବର୍ଜନା ନ ଉଠିବା ଦ୍ୱାରା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ତୁରନ୍ତ ସେମାନଙ୍କୁ ବକେୟା ଦରମା ଯୋଗେଇ ଦେବାକୁ ଠିକା ସଂସ୍ଥାର ସୁପର ଭାଇଜର ଦାବି କରିଛନ୍ତି।

Comments are closed.