ଗତିକୃଷ୍ଣ ସ୍ୱାଇଁଙ୍କ ଗିରଫ ପ୍ରତିବାଦରେ ସରଣ୍ଡାଜୋନ ବିଜେଡି ପକ୍ଷରୁ ପ୍ରତିବାଦ ସଭା

ବାଙ୍କୀ: ଗତ ଶନିବାର ଦିନ ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ ଅଧିନ ଘୋଳପୁର ଗ୍ରାମରେ ହୋଇଥିବା ବୋମାମାଡ ଘଟଣାରେ ସରଣ୍ଡାଗଡ ଅଞ୍ଚଳର ଜଣେ ବିଶିଷ୍ଟ ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁଙ୍କୁ ବାଙ୍କୀ ପୁଲିସ ଗିରଫ କରି ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଏହାର ପ୍ରତିବାଦରେ ସରଣ୍ଡାଗଡ ୩୬ନଂ ଜୋନ ପକ୍ଷରୁ ସରଣ୍ଡାଗଡ ସ୍ଥିତ ମାଆ ବାଉତୀ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଦିନ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଗତିକୃଷ୍ଣ ସ୍ୱାଇଁଙ୍କ ଗିରଫ ପ୍ରତ୍ୟାହାର ଦବି କରାଯାଇଛି। ଜିଲ୍ଲାପରିଷଦ ସଦସ୍ୟ ମାନସ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ସରଣ୍ଡାଗଡ ଅନ୍ତର୍ଗତ ୭ପଞ୍ଚାୟତର ବିଜେଡି ଦଳର ପଞ୍ଚାୟତରାଜ ପ୍ରତିନିଧି,ସରପଞ୍ଚ,ସମିତିସଭ୍ୟ ମାନେ ଯୋଗଦେଇ ବାଙ୍କୀ ପୁଲିସ ଦ୍ୱାରା ମିଥ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗତିକୃଷ୍ଣ ସ୍ୱାଇଁଙ୍କୁ ବାଙ୍କୀ ପୁଲିସ ଗିରଫ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ପକ୍ଷରୁ ସମୂହ ଇସ୍ତଫା ବିଜେଡି କର୍ମୀ ମାନେ ଦେବେ ଏବଂ ବାଙ୍କୀ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି।

ସୂଚନା ଯୋଗ୍ୟ ଯେ, ୪-୫ବର୍ଷ ଧରି ଘୋଳପୁର ଗ୍ରାମରେ ଅସାମାଜିକ ଯୁବକ ମାନେ ବାରମ୍ବାର ସାଧାରଣ ଲୋକଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରୁଥିବା ସମ୍ପର୍କରେ ପୋଲିସ ଅବଗତ ଥାଇ ନିରବତା ଥିବା ହେତୁ ଏହି ବୈଠକରେ ବିଜେଡି କର୍ମୀ ମାନେ ଅନୁରୂପ ନିନ୍ଦା କରିଛନ୍ତି। ଗତ ୨୪ତାରିଖ ଦିନ ଘୋଳପୁର ଗ୍ରାମରେ ଘଟିଯାଇଥିବା ବୋମାମାଡ ଘଟଣାରେ ସରଣ୍ଡାଗଡର ଆଗଧାଡିର ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଭିଯୋଗ କରାଯାଇ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ବୈଠକରେ କର୍ମୀ ମାନେ ନିରପେକ୍ଷ ତଦନ୍ତ କରାଯାଇ ମିଥ୍ୟା ଅଭିଯୋଗ ପ୍ରତ୍ୟାହାର କରାନଗଲେ ବିଜୁ ଜନତା ଦଳ ପକ୍ଷରୁ ପୋଲିସର ଏତାଦୃଶ କାର୍ଯ୍ୟକଳାପ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Comments are closed.