ସରଣ୍ଡାଗଡରେ ନିରାଡମ୍ବର ସ୍ୱାଧୀନତା ଦିବସ ପାଳିତ

ବିଧାୟକଙ୍କ ଦ୍ୱାରା ପତାକା ଉତ୍ତୋଳନ

ବାଙ୍କୀ: ଅଂଶୁପା କନିଷ୍ଠ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ୭୬ତମ ସ୍ୱାଧୀନତା ଦିବସ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ସରଣ୍ଡାଗଡ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଆୟୋଜିତ ସରଣ୍ଡାଗଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ସରଣ୍ଡାଗଡର ୭ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ସହିତ ଶିକ୍ଷା,ସାମାଜିକ ଅର୍ଥନୈତିକ ବିକାଶ ସହିତ ମହିଳା ଶଶକ୍ତି କରଣର ଆହ୍ୱାନ ଦେଇ ସରଣ୍ଡାଗପ ବାଙ୍କୀର ପ୍ରଗତି ପଥରେ ଅଗ୍ରସର ହେଉଥିବା ସମ୍ପର୍କରେ ଉଦବୋଧନ ଦେଇ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବରପୁତ୍ର ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି ।

ଜାତୀୟ ଦିବସ ପାଳନ କମିଟିର ଆବାହକ ତଥା ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ସଞ୍ଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚଳିତ ୨୦୨୨ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସରଣ୍ଡା ଅଞ୍ଚଳର ବିଭିନ୍ନ ହାଇସ୍କୁଲର ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ର ଆଶିଷ ସାମନ୍ତରାୟ, ହରପ୍ରିୟା ସାହୁ, ସ୍ୱୟଂପ୍ରଭା ମହାନ୍ତି, ଜୟଶ୍ରୀ ସାହୁ, ଅମ୍ଲାନ ସାହୁ, ବିଶ୍ୱଜିତ ବେହେରା ଓ ବିକାଶ ବେହେରାଙ୍କୁ ସମ୍ମାନୀତ କରାଯାଇଛି । ସେହିପରି ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି ।

କନ୍ତପହଁରା ସରପଞ୍ଚ ଗତିକୃଷ୍ଣ ସ୍ୱାଇଁ, ଓସ୍ତିଆ ସରଞ୍ଚ ଆର୍ତ୍ତବନ୍ଧୁ ବେହେରା, କଦଳୀବାଡି ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ଖଟୁଆ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ତରୁଣ କୁମାର ମହାପାତ୍ର, ସମିତିସଭ୍ୟ ମମତା ପ୍ରଧାନ, ସମଜସେବୀ ମାନଭଞ୍ଜନ ଦଳେଇ ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜିବୀ ଓ ଶିକ୍ଷାନୁଷ୍ଠାନର ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।

Comments are closed.