ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଘାସିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଦୁଇହଳ ପୋଷାକ, ଏକହଳ ଜୋତା ଓ ଦୁଇହଳ ମୋଜା ବଣ୍ଟନ କରାଯାଇଛି। ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଆରସିସି ମନୋରଞ୍ଜନ ବେଉରା, ବରିଷ୍ଠ ଶିକ୍ଷକ ଅମୀୟ କୁମାର ପରିଜା, ଶିକ୍ଷୟିତ୍ରୀ ସଞ୍ଜୁକ୍ତା ସେଠୀ, ମୋନାଲିସା ସାମଲ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Comments are closed.