ଗୋପବନ୍ଧୁଙ୍କ ସେବା ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ବାଙ୍କୀ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଅବସରରେ ସେବା ଓ ସେବକ ଦିବସର ଅନୁଚିନ୍ତାକୁ ସମ୍ମାନ ଜଣାଇ ବାଙ୍କୀ-ବ୍ରହ୍ମପୁରା ରଘୁନାଥ ଦେବତା ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବିଦ୍ୟାଳୟ ପରିସରରେ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗୋପବନ୍ଧୁ ପ୍ରେମୀ ଉପସ୍ଥିତ ରହି ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ସହ ଗୋପବନ୍ଧୁଙ୍କ ସେବା ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ବରିଷ୍ଠ ଶିକ୍ଷକ ରମାକାନ୍ତ ଭଞ୍ଜଙ୍କ ସଞ୍ଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସୁଧାକର ମହାନ୍ତି, ବାପୁଜୀ କୁମାର ବେଉରା, ସଞ୍ଜୟ ସେଠୀ,ସୋମନାଥ ଖଟୁଆ, ଜ୍ୟୋସ୍ନାମୟୀ ବିଶ୍ୱାଳ, ନିରୁପମା ବେଉରା, ସୁଲତା ପଟ୍ଟନାୟକ, ପିଙ୍କିନା ସେଠୀ, ପ୍ରିୟଙ୍କା ସାହୁ, ଭାଗିରଥି ବିଶ୍ୱାଳ, ପ୍ରମୋଦ କୁମାର ପରିଡା, କୃଷ୍ଣକୁମାର ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି।


ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଅବସରରେ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ସୁବର୍ଣ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସୁବର୍ଣ୍ଣପୁର ସେବା ସମବାୟ ସମିତିର ସଭାପତି ତରୁଣ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଛନ୍ତି। ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କିଶୋର ଚନ୍ଦ୍ର ଦଳେଇ, ଓାର୍ଡ ସଭ୍ୟ ଘନଶ୍ୟାମ ରଣା,ସିଆରସିସି ପ୍ରଦୀପ କୁମାର ସିଂ, ସମାଜସେବୀ ମାନଭଞ୍ଜନ ଦଳାଇ, ଶିକ୍ଷକ ଚକାନୟନ ପ୍ରଧାନ, ଚିତ୍ତରଞ୍ଜନ ମନ୍ଦ୍ରୀ, ତୃପ୍ତିମୟୀ ନାୟକ, ଉର୍ମିଳା କୁମାରୀ ମିଶ୍ର, ନଳିନୀପ୍ରଭା ଧର, ସ୍ୱାଗତିକା ଦଳେଇ, ରୀତା ନାୟକଙ୍କ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।


ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସାମ୍ବାଦିକ ଗୌରାଙ୍ଗ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଆରସିସି ଗଦାଧର ପ୍ରଧାନ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବେହେରା, ଜ୍ୟୋର୍ତିମୟୀ ମହାପାତ୍ର, ଲିମା ମହାପାତ୍ର, ମନୋଜ କୁମାର ଦାସ, ଦୀପକ ନାୟକ, ନିରଞ୍ଜନ ମହାଭୋଇ, ରାକେଶ ସ୍ୱାଇଁ, ହିମାଂଶୁ ଭୂଷଣ ଜେନା, ବିଶ୍ୱଜିତ୍ ଦାସ, ସିଆରସିସି ଦାଶରଥି ପରିଡା, ତପନ କୁମାର ରାମ ପ୍ରମୁଖ ଉପସ୍ଥିତଥିଲେ।

Comments are closed.