ଅବକାରୀ ଚଢାଉ, ୨ଗିରଫ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ବିଭିନ୍ନ ଜାଗା ଉପରେ ଚଢାଉ କରାଯାଇ ୮୦ଲିଟର ଚୋରା ବେଆଇନ ରନ୍ଧା ମଦ ଜବତ୍ ହେବା ସହ ଏଥିରେ ବ୍ୟବହୃତ ସୁଜୁକି ସ୍କୁଟି ଗାଡିକୁ ଜବତ୍ କରିବାରେ ଅବକାରୀ ବିଭାଗ ସକ୍ଷମ ହୋଇଛି। ସୂଚନା ଅନୁଯାୟୀ ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ଗୋଲେଇଛକ ଏବଂ ଗୋପାଳପୁର ଅଞ୍ଚଳରୁ ସଞ୍ଜୟ କୁମାର ସ୍ୱାଇଁ ଓ ଗଦାଧର ପାଇକରାୟଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ସମ୍ପର୍କରେ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.