ବିଲିପଡାରେ କ୍ୟାନସର ସଚେତନତା ଶିବିର

0

କଳାପଥର(ବାଙ୍କୀ) : ବାଙ୍କୀ -ଡମପଡା ବ୍ଳକ ଅନ୍ତର୍ଗତ ବିଲିପଡା ଗ୍ରାମରେ ବିଜୁ ଯୁବ ବାହିନି ତରଫରୁ କ୍ୟାନସର ସଚେତନତା ଶିବିର ବିଲିପଡା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ଯୁବ ବାହିନିର ସଭାପତି ଦିପକ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରକୃତି ବନ୍ଧୁ ବିଦ୍ୟାଧର ଖଟୁଆ ମୁଖ୍ୟ ଅତିଥି ଓ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଲୋକମାନଙ୍କୁ କ୍ୟାନସର ରୋଗ କିପରି ହୁଏ ,ଏହାର ନିରାକରଣ ପାଇଁ କଣ କଣ ଦରକାର ତାହାକୁ ବୁଝାଇଥିଲେ। ନିଶା ,ତମାଖୁ ସେବନ ଏହାର ମୁଖ୍ୟ କାରଣ ବୋଲି ଅତିଥିମାନେ କହିଥିଲେ। ସଭା ପରେ ଏକ ସଚେତନତା ରାଲି ଗ୍ରାମ ପଞ୍ଚାୟତ ପରିକ୍ରମା କରିଥିଲା। ଏଥିରେ ବିଜୁ ଯୁବ ବାହିନିର ସମସ୍ତ ସଦସ୍ୟ ସହେଯାଗ କରିଥିଲେ।

Leave A Reply