ଅବକାରୀ ଚଢାଉ:୫ହଜାର ୨୦୦ଲିଟର ପୋଚ, ୫୫ଲିଟର ବେଆଇନ ଚୋରା ଦେଶୀ ମଦ ଜବତ

ବାଙ୍କୀ:ରବିବାର ଅପରାହ୍ଣରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବରପୁଟ ପଞ୍ଚାୟତର ୫ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ଚୋରା ମଦ ସହ ପୋଚ ଜବତ କରାଯାଇଛି। ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ମଦ ରନ୍ଧାଯାଇ ବାହାରକୁ ଚାଲଣ କରାଯାଉଥିଲା। ତେବେ ଅସାଧୁ ବ୍ୟବସାୟୀମାନଙ୍କୁ ଅବକାରୀ ବିଭାଗ ଧରିବାରେ ବିଫଳ ହୋଇଛି।

ଅଭିଯୋଗ କ୍ରମରେ ଆଜି ବିଭିନ୍ନ ସ୍ଥାନ ଚଢାଉ କରାଯାଇ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଚୋରା ମଦ ରନ୍ଧା ହେବା ସହ ମଦ ରନ୍ଧା ପାଇଁ ମହଜୁଦ୍ ଥିବା ୫ହଜାର ୨୦୦ଲିଟର ପୋଚକୁ ଅବକାରୀ ବିଭାଗ ନଷ୍ଟ କରିଥିବା ସୂଚନା ମିଳିଛି। ୫୫ଲିଟର ଚୋରା ରନ୍ଧା ମଦ ଜବତ କରିଥିଲା ବେଳେ ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି। ଏହି ଚଢାଉରେ ଅବକାରୀ ଅଧିକାରୀ ଟେଲୋସଫର ଲାକ୍ରା,ଏ.ଏସ.ଆଇ ଦିପକ କୁମାର ସାମଲ,କନେଷ୍ଟବଳ ସଞ୍ଜୟ କୁମାର ରାଉତ,ସନ୍ତୋଷ କୁମାର ମହାରଣା,ଦୁଷ୍ମନ୍ତ କୁମାର ବସନ୍ତରା,ଗୀତାଞ୍ଜଳୀ ବେହେରା,ଇଶ୍ୱର ଟୁଡୁ,ବିଶ୍ୱନାଥ ସୁରେନ,ଶଙ୍କର ସିଂ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.