ମିଶନଶକ୍ତି ନୂତନ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ବାଙ୍କୀ: ବାଙ୍କୀ-ଡମପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ମିଶନ ଶକ୍ତି ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପୂର୍ତ୍ତ ବିଭାଗ ଦ୍ୱାରା ୫୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା କାର୍ଯ୍ୟାଳୟ ଗୃହର ଭୂମି ପୂଜା ତଥା ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବାଙ୍କୀ-ଡମପଡା ପଞ୍ଚାୟତର ମିଶନ ଶକ୍ତିର ସୁଦୃଢୀକରଣ ଏବଂ ସ୍ଥାୟୀ କାର୍ଯ୍ୟାଳୟ ପରିଚାଳନା କ୍ଷେତ୍ରରେ ଗୃହଟି ସମ୍ପୂର୍ଣ୍ଣ ହେଲେ ମହିଳା ସଶକ୍ତି କରଣ କ୍ଷେତ୍ରରେ ଅଧିକ ପରିପୂର୍ଣ୍ଣତା ଆସିବ ବୋଲି ମତ ପ୍ରକାଶ ପାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଉପାଧ୍ୟକ୍ଷା ଗୀତାଞ୍ଜଳି ବେଉରା, ୩୭ନଂ ଜିଲ୍ଲାପରିଷଦ ସଦସ୍ୟ ମିନତି ମହାପାତ୍ର, ୩୮ନଂ ଜିଲ୍ଲା ପରିଷଦ ସଦସ୍ୟ ଆଶିକ୍ଷ କୁମାର ସାହୁ ଏବଂ ବାଙ୍କୀ ବିଡିଓ ଶ୍ୟାମଳ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଓଡିଶା ଜିବୀକା ମିଶନ ବ୍ଲକ ସଞ୍ଜୋଜକ ଅକ୍ଷୟ କୁମାର ଭଟ୍ଟ ସହଯୋଗ କରିଥିଲେ। କାର୍ଯ୍ୟରତ ଏମବିକେ,ସିଆରପି ଓ ବ୍ଲକର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.