ଅଧିକ୍ଷଣ ଯନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ: ବୁଧବାର  ଅପରାହ୍ନରେ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶରେ ଆସି ଉଭୟ ବାଙ୍କୀ ଓ ଡମପଡା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାରେ ପ୍ରଭାବିତ ହୋଇଥିବା ପନୀୟଜଳ ପ୍ରକଳ୍ପ ଓ ନଳକୂଅ ଓ ଖୋଲାକୂଅ ଉତ୍ସ ଗୁଡିକୁ ଅନୁଧ୍ୟାନ କରିଛନ୍ତି। ଡମପଡା ବ୍ଲକର ତାଳବସ୍ତ,ଦୋଲଣାପୁର,ଅରପୁର ଓ ଗୋବିନ୍ଦପୁର ଗ୍ରାମର ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ବିଭାଗୀୟ ଅଧୀକାରୀ ମାନଙ୍କୁ ବିପନ୍ନ ଗ୍ରାମ ମାନଙ୍କୁ କିଭଳି ଯଥା ସମ୍ଭବ ଜଳ ଯୋଗାଣ,ଖଲାକୂଅ,ନଳକୂଅ ଓ ଜଳ ପ୍ରକଳ୍ପକୁ ବିଶୋଧୀକରଣ କରାଯିବ ସେ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ। ସେହିପରି ବାଙ୍କୀ ବ୍ଲକ ଅଧିନ ଦୀର୍ଘ ଦିନ ଧରି ପାନୀୟ ଜଳ ସଂକଟର ସମ୍ମୁଖୀନ ହେଉଥିବା ସୁବର୍ଣ୍ଣପୁର ପଞ୍ଚାୟତର ଘୋଡାବର ଓ ସୁବର୍ଣ୍ଣପୁର,ରତାଗଡ ପଞ୍ଚାୟତର ପାନୀୟ ଜଳର ସୁଧାର ପାଇଁ ଆବଶ୍ୟକୀୟ ଇଣ୍ଟେକ୍‍ ସେଲ୍‌ଫ ପ୍ରକଳ୍ପ ପାଇଁ ଆଗାମୀ ଦିନରେ ଯୋଜନା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଟିକେ ପୂର୍ବରୁ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଏବଂ କଟକ ଲୋକସଭା ସାଂସଦ ଭର୍ତ୍ତୃହରୀ ମହତାବ ଘୋଡାବରର ହୁଳୁହୁଳା ପୋଲ ପାଣିରେ ବୁଡିଥିବା ପରିଦର୍ଶନ କରିବାକୁ ଆସିଥିବା ସମୟରେ ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ର,ବରିଷ୍ଠ ନେତା ଗତିକୃଷ୍ଣ ସ୍ୱାଇଁ,ଜିଲ୍ଲାପରିଷଦ ସଦସ୍ୟ ମାନସ ମହାପାତ୍ର ପ୍ରମୁଖ ସୁବର୍ଣ୍ଣପୁର ଓ ରତାଗଡ ପଞ୍ଚାୟତବାସୀଙ୍କ ପାନୀୟ ଜଳ ସଂକଟ ସମ୍ପର୍କରେ ଅଭିଯୋଗ କରିଥିଲେ। ସେହିପରି ଅଧ୍ୟିକ୍ଷଣ ଯନ୍ତ୍ରୀ ଓସ୍ତିଆ ପଞ୍ଚାୟତ ପରିଦର୍ଶନରେ ଯାଇଥିବା ଜନାପଡ଼ିଛି। ପରିଦର୍ଶନ ସମୟରେ ଏସ.ଡି.ଓ ବିଜୟ କୁମାର ସାହୁ ଓ ନିର୍ବାହୀ ଯନ୍ତ୍ରୀ ସଂଜୟ ସାମଲ,କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ରଥ ଓ ବୈଷ୍ଣବ ଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ପାନୀୟଜଳ ପ୍ରକଳ୍ପର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁ ସ୍ଥାନରେ ପ୍ରକଳ୍ପ ଗୁଡିକ ପାଣିରେ ବୁଡି ରହିଥିବାରୁ ପାନୀୟ ଜଳ ବାଧାପ୍ରାପ୍ତ ହୋଇଛି। ଦିନେ ୨ ଦିନ ମଧ୍ୟରେ ପାଣି ଛାଡିଗଲେ ତ୍ୱାରିତ ଗତିରେ ସୁଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଗ୍ରହଣ କରିଯିବା ପାଇଁ ଅଧିକାରୀ ମାନେ ଅଧିକ୍ଷଣ ଯନ୍ତ୍ରୀଙ୍କୁ କହିଛନ୍ତି। ସେପଟେ ପାଣିରେ ବୁଡି ରହିଥିବା ଗ୍ରାମ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.