ପିତା-ମାତାଙ୍କ ସ୍ମୃତିରେ ବିଦ୍ୟାଳୟକୁ ଆର୍ଥିକ ସହାୟତା

ବାଙ୍କୀ: ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ବେଦପୁର ଗ୍ରାମର ସ୍ୱର୍ଗତ ବୁଦେ୍ଧଶ୍ୱର ଦୀକ୍ଷିତ ଏବଂ ରୂପମଂଜରୀ ଦୀକ୍ଷିତଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପରିବାର ପକ୍ଷରୁ ପୁତ୍ରମାନେ ନଗଦ ଦଶହଜାର ଟଙ୍କା ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି। ସୂଚନା ଅନୁଯାଇ ପ୍ରଦତ୍ତ ଅର୍ଥରାଶିକୁ ବ୍ୟାଙ୍କରେ ଜମା କରାଯାଇ ବାର୍ଷିକ ଉପଲବ୍ଧ ସୁଧରେ ବିଦ୍ୟାଳୟର ମେଧାବୀ ଛାତ୍ରଙ୍କୁ ପୁରସ୍କୃତ କରାଯିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ପୁତ୍ର ଯୋଗେଶ ଚନ୍ଦ୍ର ଦୀକ୍ଷିତ, ଅଜୟ କୁମାର ଦୀକ୍ଷିତ ଏବଂ ବିଜୟ କୁମାର ଦୀକ୍ଷିତଙ୍କ ସମ୍ପୂର୍ଣ୍ଣ ସହଯୋଗକୁ ବିଦ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି। ପ୍ରଧାନଶିକ୍ଷକ ଦେବାଶିଷ ହାଜିରା ପରିବାର ପକ୍ଷରୁ ଏହି ଅର୍ଥରାଶି ଗ୍ରହଣ କରିଛନ୍ତି। ଶରତ ଚନ୍ଦ୍ର ଦୀକ୍ଷିତ, ଶିକ୍ଷକ ବିଦ୍ୟାଧର ଖଟୁଆ, କାହ୍ନୁଚରଣ ସାହୁ, ଗୋବିନ୍ଦ ତ୍ରିପାଠୀ, ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.