ବାଙ୍କୀରେ ଅବକାରୀ ଚଢାଉ ; ୪ଗିରଫ

ବାଙ୍କୀ : ଶୁକ୍ରବାର ଦିନ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ଉପରେ ଚଢାଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି। ସୂଚନ।ଅନୁଯାୟୀ ଅବକାରୀ ବିଭାଗ ବାଙ୍କୀ-ଡମପଡା ବ୍ଲକ ଅଧିନ ତାଳବସ୍ତ ଠାରେ ବିକାଶ କୁମାର ବସ୍ତି(୨୭ବର୍ଷ) ନାମକ ଯୁବକଙ୍କ ଠାରୁ ୧୭୫ଲିଟର ଚୋରା ମଦ ଜବତ କରିବା ସହିତ ଘଟଣାରେ ବ୍ୟବହୃତ ମାରୁତି କାରକୁ ତାଳବସ୍ତ ହାଇସ୍କୁଲ ନିକଟରୁ ଜବତ କରିଛି। ସେହିପରି ଏହି ଗ୍ରାମର ଲକ୍ଷ୍ମୀନାରାୟଣ ଢାବା ନିକଟରୁ ଅଇଁଠ ସାହୁଙ୍କ ଠାରୁ ୩ଲିଟର,ଅରପୁର ଗ୍ରାମର ମାନସ ରଞ୍ଜନ ନାୟକଙ୍କ ଠାରୁ ୩ଲିଟର ଏବଂ ପାଥପୁର ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ସତ୍ୟଜିତ୍ ସାହୁଙ୍କ ଠାରୁ ୨ଲିଟର ୭୦୦ ଚୋରା ମଦ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଚଢାଉ କଟକ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ସୂଚନା ମିଳିଛି। ଚଢାଉରେ ବାଙ୍କୀ ଅବକାରୀ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ।

Comments are closed.