ଏନ.ଏ.ସି ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଧାରଣା,କାର୍ଯ୍ୟ ବାଧାପ୍ରାପ୍ତ

ବାଙ୍କୀ : ବାଙ୍କୀ ଏନ.ଏ.ସିରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀ ୨ମାସର ବକେୟା ଦରମା ପାଇନଥିବାରୁ ଶୁକ୍ରବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସହରକୁ ସ୍ୱଚ୍ଛ ଓ ସବୁଜ କରିବାରେ ସମ୍ପୁର୍ଣ୍ଣ ସହଯୋଗ କରୁଥିବା ଅସ୍ଥାୟୀ କର୍ମଚାରୀ ମାନେ ୨ମାସର ଦରମା ପାଇନଥିବାରୁ ନିଜ ପରିବାର ପ୍ରତିପୋଷଣରେ ସମସ୍ୟା ବଢିବାରୁ ଧାରଣାରେ ବସିବା ହେତୁ ଆଜି ବାଙ୍କୀ ସହରରେ ଅଳିଆ ସଫାନହୋଇ ପାରି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଅସ୍ଥାୟୀ କର୍ମଚାରୀଙ୍କ ନିୟମିତ ପ୍ରାପ୍ୟ ପ୍ରଦାନ କରାଯାଇନଥିବାରୁ ବାଙ୍କୀର ବହୁବୁଦ୍ଧିଜିବୀ ଏନ.ଏ.ସିର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହି ଧାରଣାରେ ସଫେଇ କର୍ମଚାରୀ,ଡ୍ରାଇଭର ଏବଂ ପରିମଳ ପରିଦର୍ଶକ ମାନେ ସାମିଲ ହୋଇଛନ୍ତି। ନିର୍ବାହୀ ଅଧିକାରୀ ପଲ୍ଲବୀ ବେହେରା ଅସ୍ଥାୟୀ କର୍ମଚାରୀ ମାନଙ୍କ ପାଇଁ ଏକ ମାସର ଦରମା ବ୍ୟବସ୍ଥା ଆଜି କରିବା ଏବଂ ଠିକାଦାର ସଂସ୍ଥା ସହ ଆଲୋଚନା କରି ୭ଦିନ ମଧ୍ୟରେ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯିବାର ପ୍ରତିଶୃତି ଦେବା ପରେ ଧାରଣାକାରୀ ମାନେ ଧାରଣାରୁ ଉଠିଥିବା ଜଣାପଡିଛି। ଶନିବାର ଠାରୁ ସଫେଇ କାର୍ଯ୍ୟ ସ୍ୱଭାବିକ ହେବ ବୋଲି ସଫେଇ କର୍ମଚାରୀ ମାନେ କହିଛନ୍ତି।

Comments are closed.