ବ୍ଲକ ସ୍ତରୀୟ ମହାସଂଘ ଋଣମେଳା

ବାଙ୍କୀ : ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସଶକ୍ତ କରି ପରିବାରର ଆୟ ବୃଦ୍ଧିରେ ସହାୟ ହେବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ଲକ ସ୍ତରୀୟ ମହାସଂଘ ମାଧ୍ୟମରେ ଋଣ ବଣ୍ଟନ କରାଯାଇଛି। ଗୁରୁବାର ଦିନ ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ସ୍ୱରୂପା ବାଙ୍କୀ-ଡମପଡା ବ୍ଲକ ସ୍ତରୀୟ ମହାସଂଘ ଅନ୍ତର୍ଗତ ୫୨ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୫୦ହଜାର କରି ସର୍ବମୋଟ ୨୬ଲକ୍ଷ ଟଙ୍କାର ଋଣ ଅନୁମତି ପତ୍ର ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ବଣ୍ଟନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘ ସଭାନେତ୍ରୀ ଜ୍ୟୋସ୍ନାରାଣୀ ବେହେରା,ସମ୍ପାଦିକା ପ୍ରମିଳା ସାହୁ,ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ୟାମଳ କୁମାର ରାୟ,ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ସିଡିପିଓ ଫୁଲରାଣୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଋଣ ମେଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ବିପିସି ହରପ୍ରିୟା ସାହୁ,ବ୍ଲକ ସଞ୍ଜୋଜକ ଅକ୍ଷୟ କୁମାର ଭଟ୍ଟ,ବିଏଲସି ବିଭୁପ୍ରସାଦ ପାଢୀ,ମାଳିନୀ ଦେବୀ,ବିପିଏ ସୁଜାତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.