କୁଶପଙ୍ଗି ହାଇସ୍କୁଲରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

ବାଙ୍କୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ସ୍ଥାନୀୟ କୁଶପଙ୍ଗି ହାଇସ୍କୁଲ ପକ୍ଷରୁ ଦିନ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ବିଦ୍ୟାର୍ଥି ମାନଙ୍କୁ ଗୋପବନ୍ଧୁଙ୍କ ଜୀବନ ଦର୍ଶନ ଏବଂ ସେବା ପରାୟଣତା ସମ୍ପର୍କରେ ଆଲୋକପାତ କରାଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସ୍ୱାଇଁ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସମୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଶ୍ୱ ମୋହନ କର,ମୁରଲିଧର ମହାରଣା, ସୁଜିତ୍ କୁମାର ସାମଲ, ଅଶୋକ କୁମାର ବେଉରା, କାଶୀନାଥ ସାମଲ ଓ ସୋମନାଥ ପରିଜା ପ୍ରମୁଖ ଦିବସର ଅନୁଚିନ୍ତା ସମ୍ପର୍କରେ ଆଲୋକପାତ କରିଛନ୍ତି। ସମାଜ ପକ୍ଷରୁ ପାଳିତ ହେଉଥିବା ସେବା ଓ ସେବକ ସପ୍ତାହ ନିଶ୍ଚୟ ଓଡିଶାବାସୀ ତଥା ସମସ୍ତ ବିଦ୍ୟାର୍ଥି ମାନଙ୍କ ମନରେ ଗୋପବନ୍ଧୁଙ୍କ ପ୍ରତି ଅନୁପ୍ରେରଣା ପ୍ରବେଶ କରିବ ବୋଲି ଆହ୍ୱାନ ଦେଇଛନ୍ତି। ଛାତ୍ର ଛାତ୍ରୀ ମାନେ ଅନୁରୂପ ଭାବରେ ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖି ଭକ୍ତି କୁସୁମାଞ୍ଜଳି ଅର୍ପଣ କରିଛନ୍ତି।

Comments are closed.