ଅଗ୍ନିକାଣ୍ଡରେ ଜଳିଗଲା ୩ବଖରା ଘର

ବାଙ୍କୀ: ଶୁକ୍ରବାର ସନ୍ଧ୍ୟାରେ ଅନିୟାରୀ ପଞ୍ଚାୟତ ଅଧିନ ଗୋପ ବାଲିସାହିରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି। ଖବର ପାଇ ବାଙ୍କୀ ଦମକଳ ବାହିନୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅଗ୍ନିକୁ ଆୟତ୍ତ କରାଯାଇଛି। ସୂଚନା ଅନୁଯାୟୀ ଏହି ଗ୍ରାମର ଦିପକ ସାମଲ,ସୂର୍ଯ୍ୟମଣି ସାମଲ ଓ ଅଶୋକ ସାମଲ ଅଗ୍ନିକାଣ୍ଡରେ ନିଜ ଘରର ସମସ୍ତ ଆସବାବ ପତ୍ର ପୋଡିଜଳି ପାଉଁଶ ହୋଇଛି। ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ପାତ୍ର ତୁରନ୍ତ ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ସରକାରୀ ସହାୟତା ପାଇଁ ତହସିଲଦାରଙ୍କୁ ଅନୁରୋଧ କରିବେ ବୋଲି ପ୍ରକାଶ କରିଛନ୍ତି।

Comments
Loading...