ବୈଦେଶ୍ୱର କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ପିଏମସିଏ ତିଗିରିଆ

ବାଙ୍କୀ: ବୈଦେଶ୍ୱର ସ୍ଥିତ ଦିଶା ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ୧୪ତମ ବୈଦେଶ୍ୱର କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ୨ୟ କ୍ୱାଟର ଫାଇନାଲ ଖେଳ ଗୁରୁବାର ଦିନ ପିଏମସିଏ ତିଗିରିଆ ଓ ଯୋଗମାୟା ମାର୍ଥାପୁର ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥେମ ବ୍ୟାଟିଂ କରି ପିଏମସିଏ ତିଗିରିଆ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୦ଓଭର ଖେଳରେ ୧୯୨ରନ ସଂଗ୍ରହ କରିଥିଲା। ଜବାବ୍‍ରେ ଯୋଗମାୟା ମାର୍ଥାପୁର ଢେଙ୍କାନାଳ ସମସ୍ତ ଓିକେଟ ହରାଇ ୧୨୯ରନ କରିଥିଲା। ୬୩ରନରେ ପିଏମସିଏ ତିଗିରିଆ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛି। ପ୍ରେମାନନ୍ଦ ବେହେରା ଓ ସୁନିଲ କୁମାର ବେହେରା ଖେଳ ପରିଚାଳନା କରିଥିଲା ବେଳେ ସନ୍ତୋଷ କୁମାର ସାହୁ ସ୍କୋରର ଥିଲେ।

ଶୁକ୍ରବାର ଦିନ ରାଇଜିଂଷ୍ଟାର କୁମାରବସ୍ତ ଏବଂ ତପିଏମସିଏ ତିଗିରିଆ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ ବୋଲି ସଭାପତି ବିଶ୍ୱନାଥ ଦାଶ ସୂଚନା ଦେଇଛନ୍ତି। ଆଜିର ଖେଳକୁ ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ ଓ ପ୍ରଫୁଲ୍ଲ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଉଦ୍ଦ୍‍ଘାଟନ କରିଥିଲେ।

Comments are closed.