ପରିବାର ପୋଷଣରେ ସହାୟ ହୋଇଛି କୁଏତ୍ ଫେରନ୍ତା ଶ୍ରମିକଙ୍କ ପରିବା ଦୋକାନ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ କୁଶପଙ୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିସ୍ତିପୁର ଗ୍ରାମର ୪୨ବର୍ଷ ବୟସର ଯୁବକ ବିଷ୍ଣୁ ବିଶ୍ୱାଳ। ପରିବାରର ଦୁର୍ଦ୍ଦିନରେ ୧୯୯୮ମସିହାରେ ଗୋଆ ସହରକୁ ଯାଇ ଏକ ପ୍ର।ଇଭେଟ କମ୍ପାନୀରେ ଚାଳକ
ଭାବରେ କାର୍ଯ୍ୟ କରି ପରବର୍ତ୍ତି ସମୟରେ ୨୦୧୨ ମସିହାରେ କୁଏତ୍ ଯାଇ ସେଠାରେ ଗାଡି ଡ୍ରାଇଭିଂ କରି ଘରକୁ ରୋଜଗାର ଅର୍ଥ ପଠାଉଥିଲେ। ହେଲେ କରୋନା ହେତୁ ଗାଁକୁ ଫେରି ଜୀବନ ଯୁଦ୍ଧରେ ନିଜକୁ ବେକାରୀ,ବେରୋଜଗାରୀ ଏବଂ ଆର୍ଥିକ ସଂକଟର ସାମନା କରିବାକୁ ପଡୁଥିବା କହିଛନ୍ତି ଯୁବକ। ବାଙ୍କୀ ଉପଖଣ୍ଡର ସମସ୍ତ ଅଞ୍ଚ କୃଷି ପ୍ରଧାନ ଅଞ୍ଚଳ। ଓଡିଶାର ତରକାରୀ ହାଣ୍ଡି କୁହାଯାଉଥିବାର ଇତିହାସ ରହିଛି। ମହାନଦୀ କୂଳବର୍ତ୍ତି ଅଞ୍ଚଳର ଜଳସେଚନ ଏବଂ ପ୍ରଶସ୍ତ ଉର୍ବର ଭୂମିରେ ପରିବା ଚାଷ ଏଠିକାର ମୁଖ୍ୟ ରୋଜଗାର। ବିଷ୍ଣୁ କୃଷକ ପରିବାରର ହୋଇଥିବା ହେତୁ ଚାଷରେ ମନଦେଇ କୃଷିଜାତ ପନିପରିବାକୁ ସଂଗ୍ରହ କରି ବାଙ୍କୀ-କଟକ ମୁଖ୍ୟ ରାସ୍ତା ପାଶ୍ୱର୍ରେ ବିକ୍ରି କରିବା ଆରମ୍ଭ କରିଛନ୍ତି।
ମାସକୁ ୧୫ରୁ ୨୦ହଜାର ଲାଭରେ ଚଳୁଛନ୍ତି ପରିବାର। ତାଲାବନ୍ଦ ପ୍ରଭାବରେ ୨୦୨୦ମସିହା ମଇ ମାସରେ ଗାଁକୁ ଫେରି ଏବେ ୫ ମାସ ହେବ ଛୋଟ ପରିବା ବ୍ୟବସାୟରେ ମନଦେଇ ଅଞ୍ଚଳର ରାଜ୍ୟ ଓ ବିଦେଶ ଫେରନ୍ତା ଶ୍ରମିକ ମାନଙ୍କ ଉଦାହରଣ ପାଲଟିଥିବା ବିଷ୍ଣୁ ସରକାରୀ ପ୍ରୋତ୍ସାହନ କିମ୍ବା ବ୍ୟାଙ୍କ ଋଣ ପାଇଲେ ସ୍ଥାୟୀ ବ୍ୟବସାୟ କରି ଭୁଲିଯାଇପାରିବେ ବିଦେଶକୁ ଯାଇ ପରିବାର ପୋଷିବାର ଦୁଃଖକୁ। ସ୍ଥାନୀୟ ଅରାଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀ ପାଶ୍ କରିଛନ୍ତି ଯୁବକ। ରାସ୍ତା ପାଶ୍ୱର୍ରେ ବିପଦ ଶଙ୍କୁଳ ଅବସ୍ଥାରେ ଖୋଲା ଆକାଶ ତଳେ ଅସ୍ଥାୟୀ ପରିବା ବ୍ୟବସାୟରୁ ସ୍ଥାୟୀ ପରିବା ବ୍ୟବସାୟ ପାଇଁ ଆର୍ଥିକ ସଂକଟ ବଢୁଛି। ଏଥିପାଇଁ ସରକାରୀ ଆର୍ଥିକ ସହଯୋଗ କିମ୍ବା ବ୍ୟାଙ୍କ ଋଣ ସହାୟତାକୁ ଚାହିଁ ବସିଛନ୍ତି କୁଏତ୍ ଫେରନ୍ତା ଗାଡିଚାଳକ।

Comments are closed.