ବକେୟା ଦରମା ଦାବିରେ ୭ରୁ ଏନଏସି କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ବାଙ୍କୀ : ବାଙ୍କୀ ଏନଏସିରେ କାର୍ଯ୍ୟରତ ସ୍ଥାୟୀ ଏବଂ ଅସ୍ଥାୟୀ କର୍ମଚାରୀ ମାନେ ଗତ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦୀର୍ଘ ୩ମାସ ଧରି ଦରମା ପାଇନାହାନ୍ତି । ଏନଏସି ନିର୍ବାହୀ ଅଧିକାରୀଙ୍କୁ କର୍ମଚାରୀ ମାନେ ନିୟମିତ ଦରମା ପାଇଁ ଅନୁରୋଧ କରିଥିଲେ ମଧ୍ୟ କର୍ମଚାରୀ ମାନଙ୍କୁ ଦରମା ଦେବାରେ ଏନଏସି କର୍ତ୍ତୁପକ୍ଷ ବିଫଳ ହେଉଥିବା ଏକ ଜରୁରୀ କାଳୀନ ବୈଠକରେ କର୍ମଚାରୀ ସଂଘର ସଭାପତି ସନାତନ ବେହେରା ସୂଚନା ଦେଇ ଆସନ୍ତା ୭ତାରିଖ ସୁଦ୍ଧା କର୍ମଚାରୀ ମାନଙ୍କୁ ୩ମାସର ଦରମା ଦେବାରେ ନିର୍ବାହୀ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନନେଲେ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ସଂଘ ସହଯୋଗ କରିବ ବୋଲି ଚେତାବନୀ ଦେଇ ୭ତାରିଖରୁ କର୍ମଚାରୀ ମାନେ କଲମ ଛାଡ ଆନ୍ଦୋଳନ କରିବେ ବୋଲି ବୁଧବାର ଦିନ ଚେତାବନୀ ଦେଇଛନ୍ତି । ସଂଘ ପକ୍ଷରୁ ନିଷ୍ପତ୍ତିକୁ କର୍ମଚାରୀ ମାନଙ୍କର ସ୍ୱାକ୍ଷର ଥାଇ ଏକ ଦାବୀପତ୍ର କଟକ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ କଟକ, ବାଙ୍କୀ ଉପଜିଲ୍ଲାପାଳ ତଥା ଏନଏସିର ପ୍ରଶାସନିକ ଅଧିକାରୀ, ବାଙ୍କୀ ଥାନା ଅଧିକାରୀଙ୍କୁ ଇମେଲ ଓ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ସେହିପରି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ସହ ପେନସନ ଭୋଗୀ ୧୧ଜଣ ପୂର୍ବତନ କର୍ମଚାରୀ ମଧ୍ୟ ୩ମାସ ଧରି ପେନସନ ପାଇନଥିବା ଅଭିଯୋଗ ହେଉଛି । ୩ମାସର ଦରମା ଓ ପେନସନ ବ୍ୟବସ୍ଥା କରିବା ପାଇଁ ସଂଘର ସଭାପତି ଶ୍ରୀ ବେହେରା ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ଦାବି ଜଣାଇଛନ୍ତି।

Comments are closed.