ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ

ବାଙ୍କୀ : ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରବିବାର ଦିନ ରୋଗୀ କଲ୍ୟାଣ ସମିତି ବୈଠକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିୟତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ବିଶ୍ୱଜିତ୍‍ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ ବୈଠକରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରୋଗୀ କଲ୍ୟାଣ ସମିତି ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପାଞ୍ଜଳି ପ୍ରଧାନ, ଦୁଲଣାପୁର ସରପଞ୍ଚ ସୁନିଲକୁମାର ସାହୁ, ଓକିଲ ଗୌରୀଶଙ୍କର ନନ୍ଦ, ସୁରେନ୍ଦ୍ର ପରିଡା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣି ଶାନ୍ତିଲତା ଦେଈ, ବିପିଏମ୍‍ ପୁଷ୍ପଲତା ମହାପାତ୍ରଙ୍କ ସମେତ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରୋଗୀମାନଙ୍କର ସମସ୍ୟା ଓତାର ସମାଧାନ, ପ୍ରସୂତୀ ଗୃହକୁ ଶୀତଳିକରଣ, ରାତ୍ରକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଡାକ୍ତର କାର୍ଯ୍ୟକରିବା, ମେଡିକାଲରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କ ସୁବିଧା ପାଇଁ ଆବାସିକ ବ୍ୟବସ୍ଥା କରିବା, ସ୍ୱଚ୍ଛତା ପାଇଁ ଡଷ୍ଟବିନ୍‍ର ସୁବିଧା କରାଇବା ଆଦି କେତେଗୁଡିଏ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଲୋଚନା କରାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି। ବୈଠକରେ ବିଧାୟକ ଡାକ୍ତରମାନେ ନିୟମିତ ରୋଗୀ ସେବା ଓ କରୋନାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ, ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେବାପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ପରାମର୍ଶ ଦେଇଛନ୍ତି।

Comments are closed.