ବାଙ୍କୀ ମହୋତ୍ସବ ଉଦ୍‍ଯାପିତ

0

କଳାପଥର : କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ବିଗତ ୫ଦିନ ଧରି ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ରବିବାର ଉଦ୍‍ଯାପିତ ହୋଇଯାଇଛି। ବାଙ୍କୀର ଗଣପର୍ବ ପାଲଟିଥିôବା ବାଙ୍କୀ ମହୋତ୍ସବକୁ ଦେଖିବା ପାଇଁ ବାଙ୍କୀ ସମେତ ବାରଙ୍ଗ, ଆଠଗଡ଼, ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରୁ ଲୋକମାନେ ଆସିଥାଆନ୍ତି। ସର୍ବୋପରି ଓଡ଼ିଶାର କୋଣ ଅନୁକୋଣରୁ ବେପାରୀମାନେ ସେମାନଙ୍କର ଜିନିଷପତ୍ର ବିକ୍ରି କରିବା ପାଇଁ ବାଙ୍କୀରେ ଡେରା ପକାଇଥାନ୍ତି। ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବାଙ୍କୀ ମହୋତ୍ସବ ଆପାୟିତ କରିଥିଲା। ୫ଦିନ ଧରି ଚାଲିଆସୁଥିବା ଏହି ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି। ଉଦ୍‍ଯାପିତ ଦିବସରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଅତିଥି ଭାବରେ ଯୋଗଦେଇ ବାଙ୍କୀ ମାଟିର କଳା, ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଥିବା ଅବଦାନକୁ ମନେପକାଇ ବାଙ୍କୀ ମହାପୁରୁଷ ମାନଙ୍କୁ ଇତିହାସ ପୃଷ୍ଠାର ମହାନ ଯୋଧ୍ୟା ବୋଲି ଅଭିହିତ କରିଥିଲେ। ନାରୀର ବୀରତ୍ୱଗାଥ ମହନ କରେ ବାଙ୍କୀ ମାଟି। ସେଥିପାଇଁ ଇତିହାସ ପୃଷ୍ଠାରେ ରାଣୀ ଶୁକଦେଈଙ୍କ ବୀରତ୍ୱ ଗାଥା ବାଙ୍କୀ ମାଟିର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଓଡ଼ିଶାର ଭାଷା ସାହିତ୍ୟକୁ ବାଙ୍କୀ ମାଟିର ଦାନ ବର୍ଣ୍ଣମାଳା। ପଣ୍ଡିତ ଗୋବିନ୍ଦରଥଙ୍କ ସାଧନା ବର୍ଣ୍ଣବୋଧକର ଉତ୍ପତିର ଏକ ଚରମ ନିଦ୍ଦର୍ଶନ। ଲୁକ୍କାୟିତ ପ୍ରତିଭା ତଥା ସଂସ୍କୃତିପ୍ରେମୀଙ୍କୁ ଏକତ୍ରିତ କରି ମହୋତ୍ସବ ମଞ୍ଛଞ୍ଚ ସେମାନଙ୍କୁ ଏକ ଭଲ ପ୍ଲାଟ୍‍ଫର୍ମ ଯୋଗାଇଦେଇ ସେମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ନିଶ୍ଚିତ ଭାବରେ ସାଧୁବାଦ ଜଣାଇଥିଲେ। ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ବାଙ୍କୀ ମାଟିର ନିରପେକ୍ଷତା କଳା କ୍ଷେତ୍ରରେ ତାଙ୍କୁ ସର୍ବଦା ଆକର୍ଷିତ କରିଥାଏ ବୋଲି କହିଥିଲେ। ଅନେକ ଯୋଗଜନ୍ମା କଳା ସାଧକଙ୍କ ମାଟି ବାଙ୍କୀ ମାଟି। ବାଙ୍କୀ ମହୋତ୍ସବ ଏକ ନିଆରା ମଞ୍ଚ ଯେଉଁଥିରେ ସବୁ ବର୍ଗର ଜନସାଧାରଣ ସାମିଲ୍‍ ହୋଇ ମହୋତ୍ସବକୁ ସଫଳତାର ଶ୍ରେୟ ଦେଇଥିଲେ। ମହୋତ୍ସବ ଉପସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, ବିଶିଷ୍ଟ ସମବାୟବିତ୍‍ ମହେନ୍ଦ୍ର ନାୟକ, ଏନ୍‍.ଏ.ସି ଅଧିକାରୀ ନିର୍ବାହୀ ଅଧିକାରୀ ସତ୍ୟବ୍ରତ ମନ୍ତ୍ରୀ, ବିଡ଼ିଓ ବାଙ୍କୀ ପ୍ରଭାତ କୁମାର ସାହୁ ଓ ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ଏହି ଅବସରରେ ଏକ ପୁସ୍ତକ ‘ଇସ୍‍ଲାମ୍‍ରେ ନାରୀ’ ଉନ୍ମୋଚନ କରାଯାଇଥିଲା। ମହୋତ୍ସବ ସଭାପତି ତଥା ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉଦ୍‍ଯାପନ ଉତ୍ସବରେ ଅଧ୍ୟକ୍ଷତା କରି ମହୋତ୍ସବର ସଫଳ ଆୟୋଜନ ପାଇଁ ପୋଲିସ ପ୍ରଶାସନ ଏବଂ ବାଙ୍କୀର ଜନସାଧାରଣଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଗତ ୫ଦିନ ଧରି ମହୋତ୍ସବକୁ ଜନସାଧାରଣ ଉପଭୋଗ କରିଥିବାରୁ ବାଙ୍କୀ ମହୋତ୍ସବ ନିଶ୍ଚିତ ଭାବରେ ସଫଳ ହୋଇଥିବା ସେ ତାଙ୍କ ବକ୍ତବ୍ୟରେ ଦୋହରାଇଥିଲେ। ବାରଙ୍ଗ ଶାନ୍ତି କମିଟି ସମ୍ପାଦକ ସୁରେଶ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ମହୋତ୍ସବ ସମ୍ପାଦକ ଡଃ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିôବା ବେଳେ ମହୋତ୍ସବ ଉପସଭାପତି ସନାତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply