ବାଙ୍କୀରେ ନିରାଡମ୍ବର ଗଜଲକ୍ଷ୍ମୀ ପୂଜା

ବାଙ୍କୀ : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ମା ଚର୍ଚ୍ଚିକାଙ୍କର ନିରାଡମ୍ବର କୁମାରୀ ବେଶ ବୁଧବାର ଦିନ କୋଭିଡ କଟକଣାର ସହିତ ଅନୁଷ୍ଠିତ ହୋଇଯାଇଛି। ସେହିପରି ବାଙ୍କୀରେ ମଧ୍ୟ ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ପାରମ୍ପରିକ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ନିରାଡମ୍ବର ଭାବରେ ପାଳିତ ହେଉଛି। ସେପଟେ ବାଙ୍କୀ ଅଂଚଳର ସମସ୍ତ ଗ୍ରାମରେ କୁଆଁରୀ ଝିଅ ମାନେ ନିରାଡମ୍ବର କୁମାର ଉତ୍ସବକୁ ପାଳନ କରିବା ସହିତ ଚାନ୍ଦ ପୂଜା କରିଛନ୍ତି।

Comments are closed.